Advertisment

ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆଶାର କିରଣ ଉଦୟ

ଯୁଦ୍ଧ ପାଇଁ ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ୁଥିବା ଅନେକ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି।

student

student

Advertisment

ଯୁଦ୍ଧ ପାଇଁ ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ୁଥିବା ଅନେକ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଯୁଦ୍ଧ ପାଇଁ ୟୁକ୍ରେନ୍‌ ଛାଡ଼ି ଭାରତ ପଳାଇ ଆସିଥିବା ଡାକ୍ତରୀ ଛାତ୍ରମାନେ ଭାରତରେ ପଢ଼ିବା ସୁଯୋଗ ପାଇନାହାନ୍ତି । ଫେରିଥିବା ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ଏବେ ଘୋର ଅନ୍ଧକାର ମୟ ହୋଇଯାଇଛି। ଏବେ ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବାବେଳେ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି ଯେ,  ପ୍ରାୟ ୨୦,୦୦୦ ଭାରତୀୟ ଛାତ୍ର ୟୁକ୍ରେନରୁ ଡାକ୍ତରୀ ଶିକ୍ଷା ସମାପ୍ତ ନ କରି ଫେରିଆସିଥିଲେ।

Advertisment

ଆଉ ଏହି ଛାତ୍ରଛାତ୍ରୀମାନେ କିଭଳି ନିଜର ଡାକ୍ତରୀ ପାଠ୍ୟକ୍ରମ ଶେଷ କରିପାରିବେ।  ସେନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ଵର୍ଯ୍ୟା ଭାଟି, ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଖଣ୍ଡପୀଠକୁ ସୂଚନା ଦେଇଥିଲେ ଯେ କୋର୍ଟର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ଏକ ବିଶେଷଜ୍ଞ କମିଟି ଗଠନ କରିଛି। ସେ କହିଛନ୍ତି, କମିଟି ପୂର୍ବରୁ ଏକ ବୈଠକ କରିସାରିଛି। ସେହିପରି କମିଟି କିଛି ରାଜ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି |

ଭାଟି ଖଣ୍ଡପୀଠକୁ କହିଥିଲେ ଯେ ଦୟାକରି ଆମକୁ ଆଉ ଛଅ ସପ୍ତାହ ସମୟ ଦିଅନ୍ତୁ ଯାହା ଦ୍ୱାରା ଆମେ ସମାଧାନର ରାସ୍ତା ପାଇପାରିବା। ଏହା ପରେ ବେଞ୍ଚ ଶୁଣାଣିକୁ ୬ ସପ୍ତାହ ଯାଏଁ ସ୍ଥଗିତ ରଖିଛନ୍ତି । ଉଲ୍ଲେଖ ଥାଉ କି ପୂର୍ବରୁ କୋର୍ଟ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ସରକାରଙ୍କୁ କହିଥିଲେ। କୋର୍ଟ କହିଥିଲେ ଯେ ଯେତେବେଳେ ଦେଶରେ ଡାକ୍ତରଙ୍କ ଅଭାବ ରହିଛି, ଏହି ଛାତ୍ରମାନେ ଜାତୀୟ ସମ୍ପତ୍ତି ହୋଇପାରିବେ। ବୁଧବାର, ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଜଣେ ଓକିଲ ଦର୍ଶାଇଛନ୍ତି ଯେ ୟୁକ୍ରେନରେ ଯୁଦ୍ଧ ଚାଲିଥିବାରୁ ପ୍ରଥମରୁ ପଞ୍ଚମ ବର୍ଷ ପର୍ଯ୍ୟନ୍ତ ସମସ୍ତ ଛାତ୍ର ପ୍ରଭାବିତ ହୋଇଛନ୍ତି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe