Advertisment

ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା

ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।

sc

sc

Advertisment

ସେପ୍ଟେମ୍ବର ୧୫ ତାରିଖ। ସୁପ୍ରିମକୋର୍ଟର ୨ ଜଣ ବିଚାରପତି ତାମିଲନାଡୁର କୋଏମ୍ବାଟୁରରୁ ରାତ୍ରୀକାଳୀନ ବିମାନରେ ଚଢ଼ିଥିଲେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ କେଭି ବିଶ୍ୱନାଥନ ଜଣେ ବିଚାରପତିଙ୍କ ପୁଅଙ୍କ ବାହାଘରରେ ଯୋଗ ଦେଇ ବିମାନରେ ଫେରୁଥିଲେ।

Advertisment

ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା। ବିମାନ ଦିଲ୍ଲୀ ଆସିବାକୁ ୩ ଘଣ୍ଟାର ସମୟ ଲାଗିବାକୁ ଥିବାରୁ ଉଭୟ ବିଚାରପତି ନିଜର ଆଇପ୍ୟାଡ ମାଧ୍ୟମରେ ମାମଲାଗୁଡ଼ିକ ସମ୍ପର୍କରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନରେ ଚଢ଼ିବା ସମୟରେ ସେମାନେ ଭାବିଥିଲେ ଯେ ଏହା ଅନ୍ୟତମ ସ୍ୱାଭାବିକ ଯାତ୍ରା। କିନ୍ତୁ ସେମାନଙ୍କ ଧାରଣା ଭୁଲ ଥିଲା।

ବିମାନରେ ଅସ୍ୱାଭାବିକ ବ୍ୟବହାର କରୁଥିବା ଯାତ୍ରୀଙ୍କ ପାଇଁ କଠୋର ଗାଇଡଲାଇନ ଆଣିବାକୁ ହୋଇଥିବା ଆବେଦନ ଶୁଣାଣି ମଙ୍ଗଳବାର ହୋଇଥିଲା। ଏହି ସମୟରେ ଜଷ୍ଟିସ ବିଶ୍ୱନାଥନ ସେପ୍ଟେମ୍ବର ୧୫ ତାରିଖ ଘଟଣା ସମ୍ପର୍କରେ କହିଥିଲେ। ବିମାନ ଯାତ୍ରା ସମୟରେ ୨ ଜଣ ମଦୁଆ ଯାତ୍ରୀ ମଝି ଆକାଶରେ କେମିତି ଡ୍ରାମା କରିଥିଲେ, ତା’ ଉପରୁ ପରଦା ହଟାଇଛନ୍ତି।

Advertisment

ଘଟଣା ଦିନ ଦୁଇ ବିଚାରପତି ବିମାନର ସାମ୍ନା ସିଟରେ ବସିଥିଲେ। ଏହା ଗାଲେରୀ ଓ ଟଏଲେଟର ଅତି ନିକଟରେ ରହିଛି। ଉଭୟ ଆଇପ୍ୟାଡ ଦେଖି ପରସ୍ପର ସହ ମାମଲା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ବିମାନ ପହଞ୍ଚିବାକୁ ଆଉ ୩୦ ମିନିଟ ବାକି ଥିବା ବେଳେ କିଛି ଲୋକ ଅଭିଯୋଗ କରିଥିଲେ ଯେ ଜଣେ ପୁରୁଷ ଯାତ୍ରୀ ପ୍ରାୟ ୩୦ ମିନିଟ ହେବ ଟଏଲେଟ ଭିତରେ ପଶି ରହିଛନ୍ତି।

ଯେତେ ଡାକିଲେ ମଧ୍ୟ ସେ କୌଣସି ଜବାବ ଦେଉ ନାହାନ୍ତି। ଏହି ସମୟରେ ହଠାତ୍‌ ଆଉ ଜଣେ ପୁରୁଷ ଯାତ୍ରୀ ଟଏଲେଟ ଆଡ଼କୁ ଯାଇଥିଲେ। ସେ ଏୟାର ସିକନେସ ବ୍ୟାଗକୁ ଜୋରରେ ଭିଡ଼ି ଆଣିଥିଲେ। ହେଲେ ସେ ଟଏଲେଟ ପାଖରେ ମୁହଁ ମାଡ଼ି ପଡ଼ିଥିଲେ। ଏଥିଯୋଗୁ ଦୁଇ ବିଚାରପତିଙ୍କ ସମେତ ଯାତ୍ରୀମାନେ ପୂରା ହଲଚଲ ହୋଇଯାଇଥିଲେ।

ବିମାନର କ୍ରୁ ଟଏଲେଟ ଦ୍ୱାର ବାଡ଼େଇଥିଲେ ବି ଭିତରେ ଥିବା ଯାତ୍ରୀ ଜଣଙ୍କ କୌଣସି ଜବାବ ଦେଇ ନଥିଲେ। ସେମାନଙ୍କ ପାଖରେ ମାଷ୍ଟର ଚାବି ରହିଥିଲା। ହେଲେ ଭିତରେ ଥିବା ଯାତ୍ରୀଙ୍କ ଅବସ୍ଥା ସମ୍ପର୍କରେ ସେମାନଙ୍କୁ ଜଣା ନଥିବାରୁ ସେମାନେ ଏହାକୁ ଖୋଲିବାକୁ ଚାହିଁ ନଥିଲେ। ଏପରି ସ୍ଥିତିରେ ସେମାନେ ଅନ୍ୟ ଯାତ୍ରୀମାନଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କରିଥିଲେ।

ଯେତେବେଳେ ଜଣେ ଯାତ୍ରୀ ଟଏଲେଟର ଦ୍ୱାର ଖୋଲିଥିଲେ ସେତେବେଳେ ଏହା ଭିତରେ ଜଣେ ମଦୁଆ ଯାତ୍ରୀ ନିଶାରେ ଶୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ କିଛି ଲୋକ ମିଳିତ ଭାବେ ଟଏଲେଟରୁ ବାହାର କରିବା ସହ ତାଙ୍କ ସିଟକୁ ନେଇଥିଲେ।

ସାମ୍ନାରେ ବସି ସବୁ କିଛି ଦେଖୁଥିବା ଦୁଇ ବିଚାରପତି ଜାଣିବାକୁ ପାଇଥିଲେ ଯେ ସିକନେସ ବ୍ୟାଗକୁ ଆଣିବା ବେଳେ ଟଏଲେଟ ପାଖରେ ପଡ଼ି ଯାଇଥିବା ଅନ୍ୟ ଯାତ୍ରୀ ଜଣଙ୍କ ମଧ୍ୟ ମଦ ପିଇଥିଲେ।

ପ୍ରଥମ ଧାଡ଼ିରେ ସେମାନେ ବସିବା ସହ ବିଶୃଙ୍ଖଳିତ ଯାତ୍ରୀଙ୍କ ଆଚରଣର ମୁଖସାଖୀ ପାଲଟିଥିଲେ। ଏଥିପାଇଁ ଏହାର ମୁକାବିଲା ପାଇଁ ଗାଇଡଲାଇନ ଆସିବା ଦରକାର ବୋଲି ଜଷ୍ଟିସ ବିଶ୍ୱନାଥନ କହିଛନ୍ତି।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe