ଉପକୂଳରେ ତାତି ସାମାନ୍ୟ କମିଲା, ପଶ୍ଚିମ ଓଡିଶା ଜଳୁଛି; ଟିଟିଲାଗଡ ସର୍ବାଧିକ ୪୭.୬

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡିଶାରେ ଆଜି ତାତି ସାମାନ୍ୟ କମିଛି। କିନ୍ତୁ ପଶ୍ଚିମ ଓଡିଶା ଜଳୁଛି। ପଶ୍ଚିମ ଓଡିଶାର ପ୍ରମୁଖ ସହର ଗୁଡିକର ତାପମାତ୍ରାରେ ବିଶେଷ ହ୍ରାସ ପରିଲିକ୍ଷିତ ହୋଇନାହିଁ। ଆଜି ରାଜ୍ୟରେ ୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ରହିଥିବା ବେଳେ ଏଥିରୁ ୭ଟି ସହର ହେଉଛି ପଶ୍ଚିମ ଓଡିଶାର। ଟିଟିଲାଗଡରେ ଆଜି ସର୍ବାଧିକ ୪୭.୬ ଡିଗ୍ରୀ ତାପମାତ୍ରା ରହିଥିଲା। ଆଉ ଏହା ସହିତ ଚଳିତ ବର୍ଷ ପ୍ରଥମ […]

heat

heat

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 01:51 PM IST

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡିଶାରେ ଆଜି ତାତି ସାମାନ୍ୟ କମିଛି। କିନ୍ତୁ ପଶ୍ଚିମ ଓଡିଶା ଜଳୁଛି। ପଶ୍ଚିମ ଓଡିଶାର ପ୍ରମୁଖ ସହର ଗୁଡିକର ତାପମାତ୍ରାରେ ବିଶେଷ ହ୍ରାସ ପରିଲିକ୍ଷିତ ହୋଇନାହିଁ। ଆଜି ରାଜ୍ୟରେ ୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ରହିଥିବା ବେଳେ ଏଥିରୁ ୭ଟି ସହର ହେଉଛି ପଶ୍ଚିମ ଓଡିଶାର।

ଟିଟିଲାଗଡରେ ଆଜି ସର୍ବାଧିକ ୪୭.୬ ଡିଗ୍ରୀ ତାପମାତ୍ରା ରହିଥିଲା। ଆଉ ଏହା ସହିତ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୭ ଡିଗ୍ରୀ ପାର କରିଛି। ଏହା ତଳକୁ ଥିଲା ହୀରକାଦ ଓ ସମ୍ୱଲପୁର। ହୀରାକୁଦରେ ତାପମାତ୍ରା ୪୬.୬ ରହିଥିବା ବେଳେ ସମ୍ୱଲପୁରରେ ୪୬.୪ ଡିଗ୍ରୀ ରହିଥିଲା। ଝାରସୁଗୁଡା ଓ ବଲାଙ୍ଗୀରରେ ପାରଦ ୪୬ ଡିଗ୍ରୀ ଛୁଇଁଥିଲା। ସେହିପରି ଭବାନୀପାଟଣାରେ ୪୫.୭ ଡିଗ୍ରୀ ତାତି ଅନୁଭୁତ ହୋଇଥିବା ବେଳେ ସୋନପୁରରେ ତାପମାତ୍ରା ଥିଲା ୪୫.୨।

ଅନୁଗୋଳ, ତାଳଚେରଓ ଫୁଲବାଣୀରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅନୁଗୋଳରେ ତାପମାତ୍ରା ୪୫.୧ରହିଥିବା ବେଳେ ତାଳଚେରରେ ୪୨.୨ ରହିଥିଲା।

ଉପକୂଳ ଓଡିଶାରେ ଆଜି ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଗତକାଲି ଅପେକ୍ଷା ୫.୬ ଡିଗ୍ରୀ କମ୍ ରହିଥିଲା। ଗତକାଲି ଭୁବନେଶ୍ୱରର ତାପମାତ୍ରା ୪୫.୪ ରହିଥିବା ବେଳେ ଆଜି ୩୯.୮ ଡିଗ୍ରୀ ରହିଥିଲା।ସେହିପରି ଗତକାଲି କଟକରେ ତାପମାତ୍ରା ପ୍ରଥମଥର ପାଇଁ ୪୧ ଡିଗ୍ରୀ ପାର କରିଯାଇଥିଲା ବେଳେ ଆଜି ୩୭.୪କୁ ଖସି ଆସିଛି।

ସେହିପରି ବାଲେଶ୍ୱରରେ ୩୫.୪ ଡିଗ୍ରୀ, ଚାନ୍ଦବାଲିରେ ୩୮.୮, ଗୋପାଳପୁରରେ ୩୪, ପୁରୀରେ ୩୨.୭ ଓ ପାରାଦ୍ୱୀପରେ ୩୩.୧ ଡିଗ୍ରୀ ତାପମାତ୍ରା ରହିଥିଲା। ଗତକାଲି ଅପେକ୍ଷା ଏହି ସହର ଗୁଡିକର ତାପମାତ୍ରା ଆଜି କମିଛି।

କୋରାପୁଟରେ ୩୭.୮ ଓ କେନ୍ଦୁଝରରେ ୩୯.୫ ଡିଗ୍ରୀ ତାପମାତ୍ରା ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos