ବିଜୁଳି ସଂସ୍ପର୍ଶରେ ଆସି ମହିଳା ମୃତ, ଉତ୍ତେଜନା

ବୀରମିତ୍ରପୁର(ରାକେଶ ସାହୁ):  ବିଦ୍ୟୁତ୍‌ ଆଘାତରେ ଜଣକର ଜୀବନ ଚାଲିଯାଇଛି। କୁଆଁରମୁଣ୍ଡା ଫାଣ୍ଡି ତଥା ପଞ୍ଚାୟେତ ଅନ୍ତର୍ଗତ ଡନବସ୍କୋ ପାହାଡ ଟୋଲା ବସ୍ତିରେ ଏମିତି ଅଭାବନୀୟ ଘଟଣା ଘଟିଛି। ଉକ୍ତ ବସ୍ତିର ବାସିନ୍ଦା କାର୍ମିଲା ଜାତେ (୪୦) ନିଜ ଘରପାଖରେ ଥିବା ଗଛର ଡାଳକୁ କାଟୁଥିବା ସମୟରେ ଗଛକୁ ଲାଗି ହୋଇ ଯାଇଥିବା ବିଦ୍ୟୁତ ତାରରୁ ତାଙ୍କୁ କରେଣ୍ଟ ଲାଗିବାରୁ ସେ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ କୁଆଁରମୁଣ୍ଡା ସରକାରୀ ଚିକିତ୍ସାଳୟକୁ ନେଇ ଆଣିଥିଲେ । […]

8bn-11

8bn-11

Tapas Behera
  • Published: Thursday, 26 November 2020
  • Updated: 26 November 2020, 04:14 PM IST

ବୀରମିତ୍ରପୁର(ରାକେଶ ସାହୁ):  ବିଦ୍ୟୁତ୍‌ ଆଘାତରେ ଜଣକର ଜୀବନ ଚାଲିଯାଇଛି। କୁଆଁରମୁଣ୍ଡା ଫାଣ୍ଡି ତଥା ପଞ୍ଚାୟେତ ଅନ୍ତର୍ଗତ ଡନବସ୍କୋ ପାହାଡ ଟୋଲା ବସ୍ତିରେ ଏମିତି ଅଭାବନୀୟ ଘଟଣା ଘଟିଛି। ଉକ୍ତ ବସ୍ତିର ବାସିନ୍ଦା କାର୍ମିଲା ଜାତେ (୪୦) ନିଜ ଘରପାଖରେ ଥିବା ଗଛର ଡାଳକୁ କାଟୁଥିବା ସମୟରେ ଗଛକୁ ଲାଗି ହୋଇ ଯାଇଥିବା ବିଦ୍ୟୁତ ତାରରୁ ତାଙ୍କୁ କରେଣ୍ଟ ଲାଗିବାରୁ ସେ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ କୁଆଁରମୁଣ୍ଡା ସରକାରୀ ଚିକିତ୍ସାଳୟକୁ ନେଇ ଆଣିଥିଲେ ।

ସେଠାରେ ଥିବା ଡାକ୍ତର ପରୀକ୍ଷା କରିବା ପରେ ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଥିଲେ।  ମୃତା ମହିଳାଙ୍କର ଶବକୁ ରଖି କ୍ଷତିପୂରଣ ଦାବି କରାଯାଇଥିଲା । ଏପରିକି ମୃତା ମହିଳାଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସକାସେ ପୁଲିସ ପ୍ରଶାସନକୁ ଦିଆଯାଇନ ଥିଲା । ଏ ନେଇ କୁଆଁରମୁଣ୍ଡା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos