ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ୨୦୧୪ ଅକ୍ଟୋବରରେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ । ଜାମିନ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି।
ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ତାଙ୍କ ବନ୍ଦାପନା ହୋଇଥିଲା। ପରେ ନୂତନ ବସ୍ତ୍ର ପରିଧାନ କରି ଘରେ ପ୍ରବେଶ କରିଥିଲେ ନାଚିକା ଲିଙ୍ଗା । ଗାଁର ଲୋକେ ଏକ ଶୋଭଯାତ୍ରା କରି ତାଙ୍କୁ ପାଛୋଟି ଆଣିଥିଲେ। ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ବିରୋଧରେ ଥିଲା ୪୫ଟି କେସ୍ ।
୨୦୧୪ ଅକ୍ଟୋବରରେ ନାଚିକା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ । ୪୪ଟି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଥାନା ଆକ୍ରମଣ ଅଭିଯୋଗରେ ୬ ବର୍ଷ କୋରାପୁଟ ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ ।
କିଛି ଦିନ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କୋରାପୁଟ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ନାଚିକାଙ୍କୁ ଦେଇଥିଲେ ଜାମିନ। ଘରକୁ ଫେରିବା ପରେ ନାଚିକା କହିଛନ୍ତି, ଲୋକଙ୍କ ସେବା ସେ ଜାରି ରଖିବି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ କାଲି MOU; ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
Events & Festivals
ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ
ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Events & Festivals
କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଅନୁଦାନ ୧୦ ଲକ୍ଷରୁ କୋଟିଏକୁ ବୃଦ୍ଧି
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।