ରଜ ବଜାରରେ ଧମାଲ୍ ମଚାଇବ‘ ଗପ ହେଲେ ବି ସତ’ରେ ଅନୁଭବ-ବର୍ଷାଙ୍କ ଯୋଡି

ଭୁବନେଶ୍ୱର:  ତରଙ୍ଗ ସିନେ ପ୍ରଡକସନସର ଦ୍ୱିତୀୟ ଅବଦାନ, ଗପ ହେଲେ ବି ସତ। ଆସନ୍ତା ରଜ ବଜାରରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ପୁଣିଥରେ ହିଷ୍ଟ୍ରୀ କ୍ରିଏଟ କରିବାକୁ ଯାଉଛି ଏହି ରୋମାଣ୍ଟିକ ଫିଲ୍ମ। ନିଛକ ଓଡିଆ କାହାଣୀ ସହିତ ଗ୍ରାମ୍ୟ ଜୀବନର ପ୍ରତିଛବି ଦେଖିବାକୁ ମିଳିବ ଫିଲ୍ମ ଗପ ହେଲେ ବି ସତରେ। ଆଉ ଏହି ଫିଲ୍ମର  ମୁଖ୍ୟ ଆକର୍ଷଣ ହେଉଛି ଅନୁଭବଙ୍କ ଷ୍ଟାଇଲ ସାଙ୍ଗକୁ ବର୍ଷାଙ୍କ ସ୍ମାଇଲ । ଓଲିଉଡର ଏହି ସୁପରହିଟ ରିୟଲ ଯୋଡି କମାଲ […]

GAPA HELEBI SATA

GAPA HELEBI SATA

Rakesh Mallick
  • Published: Friday, 29 May 2015
  • Updated: 29 May 2015, 06:56 AM IST

Sports

Latest News

ଭୁବନେଶ୍ୱର:  ତରଙ୍ଗ ସିନେ ପ୍ରଡକସନସର ଦ୍ୱିତୀୟ ଅବଦାନ, ଗପ ହେଲେ ବି ସତ। ଆସନ୍ତା ରଜ ବଜାରରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ପୁଣିଥରେ ହିଷ୍ଟ୍ରୀ କ୍ରିଏଟ କରିବାକୁ ଯାଉଛି ଏହି ରୋମାଣ୍ଟିକ ଫିଲ୍ମ। ନିଛକ ଓଡିଆ କାହାଣୀ ସହିତ ଗ୍ରାମ୍ୟ ଜୀବନର ପ୍ରତିଛବି ଦେଖିବାକୁ ମିଳିବ ଫିଲ୍ମ ଗପ ହେଲେ ବି ସତରେ। ଆଉ ଏହି ଫିଲ୍ମର  ମୁଖ୍ୟ ଆକର୍ଷଣ ହେଉଛି ଅନୁଭବଙ୍କ ଷ୍ଟାଇଲ ସାଙ୍ଗକୁ ବର୍ଷାଙ୍କ ସ୍ମାଇଲ । ଓଲିଉଡର ଏହି ସୁପରହିଟ ରିୟଲ ଯୋଡି କମାଲ କରିବେ ରିଲରେ। ଏହି କମ୍ୱିନେସନକୁ ନେଇ ଓଲିଉଡରେ ଆଗରୁ ଅନେକ  ପରୀକ୍ଷା ନିରୀକ୍ଷା ସରିଛି। ପ୍ରାୟ ସବୁ ଏକ୍ସପେରିମେଣ୍ଟରେ ସଫଳ ହୋଇଛନ୍ତି ଏହି ରିୟଲ ଯୋଡି। ଏବେ ଗପ ହେଲେବି ସତରେ ଦେଖିବାକୁ ମିଳିବ ଏମାନଙ୍କ ରିୟଲ ଲାଇଫର ରିଲ  କେମେଷ୍ଟ୍ରୀ। ଦୀର୍ଘ ୮ ବର୍ଷ ପରେ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ ଅନୁଭବ ମହାନ୍ତି ଏବଂ ମିହିର ଦାସଙ୍କ କମ୍ୱିନେସନ।ଚରିତ୍ରଟି ଛୋଟ ହେଲେ ବି ଗୋଟେ ଇମ୍ପୋଟାଣ୍ଟ ରୋଲରେ ଅଛନ୍ତି  ଭେଟେରାନ ଆକ୍ଟର ମିହିର ଦାସ।  ବହୁ ଦିନ ପରେ କ୍ଲିନ ସେଭ ଏବଂ ହ୍ୟାଣ୍ଡସମ ଲୁକରେ ଅଭିନୟ କରିଛନ୍ତି ଏହି ରୋମାଣ୍ଟିକ ଓଡିଆ ହିରୋ। ସୁନ୍ଦର  ଷ୍ଟୋରୀଲାଇନ ଦମଦାର ଗୀତ ସହ ଜବରଦସ୍ତ କଳାକାରଙ୍କୁ ନେଇ ରଜ ବଜାରରେ ଧୁମ ମଚେଇବାକୁ ଫୁଲ ଦମରେ ଅପେକ୍ଷା କରିଛି ନୂଆ ଧରଣର ଓଡିଆ ଫିଲ୍ମ ଗପ ହେଲେବି ସତ।   ଏହି ଫିଲ୍ମର ନିର୍ଦେଶନା କେ. ମୂରଲୀକ୍ରିଷ୍ଣା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ଡ.ନିର୍ମଳ ନାୟକ। ଲିରିକ୍ସ ଅରୁଣ ମନ୍ତ୍ରୀ,ନିର୍ମଳ ନାୟକ, ବସନ୍ତରାଜ ସାମଲ ଓ ଜୟନ୍ତ ଦାସ କରିଥିବା ବେଳେ ସଂଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ। ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଇରା ମହାନ୍ତି, ଟି ସୌରୀ, କୁମାର ବାପି, ସସ୍ମିତା ଏବଂ ହ୍ୟୁମାନ ସାଗର।

ପ୍ରଥମ ଫିଲ୍ମର ସଫଳତା ପରେ ତରଙ୍ଗ ସିନେ ପ୍ରଡକସନସ ଦେବାକୁ ଯାଉଛି ତାର ଦ୍ବିତୀୟ ଭେଟି। ନୂଆ ଫିଲ୍ମ ଗପ ହେଲେବି ସତ। ଏହି ସିନେମାକୁ ନେଇ ଦର୍ଶକ ମହଲରେ  ଦେଖିବାକୁ ମିଳିଛି, ବେଶ୍ କିଛି ଉତ୍ସାହ। ଫିଲ୍ମର ସବୁଠୁ ବଡ ୟୁଏସପି ହେଉଛି ଅନୁଭବ ଓ ବର୍ଷାଙ୍କ ଯୋଡି।  ମନଛୁଆଁ ଗୀତ ସହ ପୂର୍ବ ଫିଲ୍ମର ସଫଳତାକୁ ଦୋହରେଇବା ସହିତ ଏମିତି ନୂଆ ନୂଆ ଫିଲ୍ମ କରିବାକୁ ଆଶା ପ୍ରକାଶ କରିଛି ତରଙ୍ଗ ସିନେ ପ୍ରଡକସନସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos