ସୁନ୍ଦରଗଡ଼(ବିଜୟ ବରୁଆ): ଫାଙ୍କା ଗୁଳି ଚାଳନା କରି ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ଗଡ଼ିଆଯୋର ନିକଟରେ ଥିବା ଏକ ପେଟ୍ରୋଲ୍ ପମ୍ପ୍ରୁ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି।
ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ୍ରେ ପ୍ରାୟ ୫ ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସି ପେଟ୍ରୋଲ ପମ୍ପ୍ରେ ପ୍ରଥମେ ଗୁଳି ଫୁଟାଇଥିଲେ। ଏହାପରେ ପେଟ୍ରୋଲ୍ ପମ୍ପ୍ର ମ୍ୟାନେଜର ରବି ରତ୍ନ ପଟେଲଙ୍କୁ ଆକ୍ରମଣ କରି କ୍ୟାସ୍ କାଉଣ୍ଟରରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ଦୁର୍ବୃତ୍ତଙ୍କ ମଧ୍ୟରୁ ୩ଜଣ ବନ୍ଧୁକ ଧରିଥିବା ବେଳେ ଜଣେ ଭୁଜାଲି ଧରି ପେଟ୍ରୋଲ ପମ୍ପ୍ରେ ଥିବା ଲୋକଙ୍କୁ ଆତଙ୍କିତ କରିଥିଲେ।
ଦୁର୍ବୃତ୍ତମାନେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା ହେଉଥିବାରୁ ସେମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବେ ବୋଲି ପୁଲିସ୍ ଅନୁମାନ କରୁଛି।
ଘଟଣାସ୍ଥଳରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାଟରୁ ମିଳିଥିଲା ଅଧା ପୋଡ଼ା ମୃତଦେହ; ଟଙ୍କା ନ ଦେବାରୁ ଜାଳିଦେଇଥିଲେ ଦୁଇ ଦୋକାନୀ
ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।
Politics
ପିଏସୟୁକୁ କେମିତି ମିଳୁଛି କାମ?
ଭୁବନେଶ୍ୱରରେ ଏକ ତାରକା ହୋଟେଲ ସାମନାରେ ଲାଞ୍ଚ ପାଇଁ ନିଆଯାଉଥିବା ୧୦ ଲକ୍ଷ ଟଙ୍କା ଧରା ପଡ଼ିବା ପରେ ଏବେ ସିବିଆଇ ରାଡରରେ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ।
Crime
ପୁଲିସ ବାବୁଙ୍କ ଦବଙ୍ଗଗିରି; ଅଭିଯୁକ୍ତକୁ ନିର୍ଧୂମ ପିଟିଲେ, ପିଠି ଉପରେ ଚଢ଼ିଗଲେ
ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।
Crime
ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ତାତିଲେ ଗ୍ରାମବାସୀ, ଦୁର୍ଦ୍ଦାନ୍ତ ନକ୍ସଲ ହିଡମା ଘରକୁ ମାଟିରେ ମିଶାଇଦେଲେ
ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡ଼ି ଚାଲି ଯାଇଥିଲେ। ମାତ୍ର ଏବେ ସେନା ସହଯୋଗରେ ହିଡମା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।