ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଆଜି ଗିରଫ ହୋଇଥିବା ଜଣେ ଡାକ୍ତରଙ୍କ ଘରୁ ବାହାରିଛି ୧ କୋଟି ୧୨ ଲକ୍ଷ ଟଙ୍କା। ଏହି ଡାକ୍ତରଙ୍କ ନାଁ ସୁକାନ୍ତ ଜେନା। ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର। ସେ ପୁରୀ ଜିଲ୍ଲା ନିମାପଡ଼ା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ହୋଇଥିଲେ।
ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଇ ଦେବା ପାଇଁ ଜଣେ ପ୍ରସୂତୀଙ୍କ ସଂପର୍କୀୟଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଡାକ୍ତର ଜେନା ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହା ପରେ ଭୁବନେଶ୍ୱରର ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ବାହାରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।