ଦିନ ଦି’ପହରରେ ଘରେ ପଶି ୫ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭଞ୍ଜନଗର (ରାଜେଶ ପଣ୍ଡା): ଦିନ ଦି’ପହରରେ ଗୋଟିଏ ପରିବାରକୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ସଂଘବଦ୍ଧ ଆକ୍ରମଣ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଦିନ ଦି’ପହରରେ ସୋରଡ଼ା ଥାନା ନୂଆଗଡ଼ ଗାଁର ବିଦୁ ନାୟକଙ୍କ ପରିବାରର ସମସ୍ତେ ଘରେ ଥିଲେ। ଏହି ସମୟରେ ୪ରୁ ୫ […]

sorada-medical

Manoranjan Sial
  • Published: Tuesday, 12 November 2019
  • , Updated: 12 November 2019, 04:06 PM IST

ଭଞ୍ଜନଗର (ରାଜେଶ ପଣ୍ଡା): ଦିନ ଦି’ପହରରେ ଗୋଟିଏ ପରିବାରକୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ସଂଘବଦ୍ଧ ଆକ୍ରମଣ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଦିନ ଦି’ପହରରେ ସୋରଡ଼ା ଥାନା ନୂଆଗଡ଼ ଗାଁର ବିଦୁ ନାୟକଙ୍କ ପରିବାରର ସମସ୍ତେ ଘରେ ଥିଲେ। ଏହି ସମୟରେ ୪ରୁ ୫ ଜଣ ଯୁବକ ଖଣ୍ଡା ଧରି ତାଙ୍କ ଘରେ ପଶିଥିଲେ। ପରେ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ବିଦୁ, ତାଙ୍କ ପୁଅ ମନୋଜ, ସ୍ତ୍ରୀ ଗେଲି, ବିଦୁଙ୍କ ବାପା ପୁନିଆ ଓ ମାଆ ଇନ୍ଦୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସୋରଡ଼ା ଥାନା ପୁଲିସ ଗାଁରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ମନୋଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ଏବେ ମଧ୍ୟ ବିଦୁ, ତାଙ୍କ ସ୍ତ୍ରୀ ଗେଲି, ତାଙ୍କ ବାପା ପୁନିଆ ଓ ମାଆ ଇନ୍ଦୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କପନ୍ନ ରହିଛି।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସାହି ବିବାଦରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Related story