କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜବତ ଘଟଣା: ସମ୍ବଲପୁର ଏସବିଆଇ ମୁଖ୍ୟ ଶାଖାରେ ତନାଘନା

ସମ୍ବଲପୁର:  ସମ୍ବଲପୁର ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରେ କଳା ଟଙ୍କାକୁ ଧଳା ଟଙ୍କା କରିବା ଉଦ୍ୟମର ଖୋଳତାଡ଼ ଆରମ୍ଭ ହୋଇଛି। ଆଜି ସମ୍ୱଲପୁର ସଦର ଏସ୍‌ଡିପିଓ ଓ ଧନୁପାଲି ଥାନା ଅଧିକାରୀ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜରଙ୍କୁ ପଚରାଉଚରା କରିଛନ୍ତି। ସେହିପରି ଆୟକର ବିଭାଗ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ଜବତ ନୂଆ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ରୁ ଅଧିକାଂଶ ସିରିଜ ନମ୍ୱର କ୍ରମାନ୍ୱୟରେ ରହିଛି। ତେଣୁ ଏହି ଟଙ୍କା କେଉଁ ବ୍ୟାଙ୍କରୁ ଏବଂ କେମିତି ଆସିଲା […]

rr

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 10:43 PM IST

ସମ୍ବଲପୁର:  ସମ୍ବଲପୁର ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରେ କଳା ଟଙ୍କାକୁ ଧଳା ଟଙ୍କା କରିବା ଉଦ୍ୟମର ଖୋଳତାଡ଼ ଆରମ୍ଭ ହୋଇଛି। ଆଜି ସମ୍ୱଲପୁର ସଦର ଏସ୍‌ଡିପିଓ ଓ ଧନୁପାଲି ଥାନା ଅଧିକାରୀ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜରଙ୍କୁ ପଚରାଉଚରା କରିଛନ୍ତି। ସେହିପରି ଆୟକର ବିଭାଗ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

ଜବତ ନୂଆ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ରୁ ଅଧିକାଂଶ ସିରିଜ ନମ୍ୱର କ୍ରମାନ୍ୱୟରେ ରହିଛି। ତେଣୁ ଏହି ଟଙ୍କା କେଉଁ ବ୍ୟାଙ୍କରୁ ଏବଂ କେମିତି ଆସିଲା ପୋଲିସ୍‌ ତା’ର ତନାଘନା ଚଳାଇଛି। ଏହାଛଡ଼ା ଏହି ଘଟଣାରେ ଗିରଫ ୮ ଆଣଙ୍କୁ ପୋଲିସ୍‌ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଏସ୍‌ପି କହିଛନ୍ତି।

ଗତକାଲି ପୋଲିସ୍‌ କଳା ଟଙ୍କାକୁ ଧଳା କରିବା ଲାଗି ଉଦ୍ୟମ ଚାଲିଥିବା ବେଳେ ପୋଲିସ୍‌ କୌଣସି ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲା। ଏହି ଘଟଣାରେ ପ୍ରାୟ ୮୫ଲକ୍ଷ ଟଙ୍କାର ନୂଆ ନୋଟ୍‌ ସହ ୧କୋଟି ୪୨ ଲକ୍ଷରୁ ଅଧିକ କ୍ୟାସ ଜବତ ହୋଇଥିଲା। ଏହି ମାମଲାରେ  ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ୮ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୨ଟି ପିସ୍ତଲ ଓ ଗୋଟିଏ କାର୍‌ ଜବତ କରାଯାଇଥିଲା।

ସମ୍ବଲପୁର ସୁନାପାଲି ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ଠାରୁ ଏହି ଟଙ୍କା ଜବତ ହୋଇଥିଲା। ତାଙ୍କ ପାଖରୁ ଏତେ ପରିମାଣ ନୋଟ୍‌ କେମିତି ଆସିଲା ଆୟକର ବିଭାଗ ତା’ର ତନାଘନା ଚଳାଇଛି।

 

Related story