ପଲିଥିନ ପଡ଼ିଥିଲା ବୋଲି ଫାଇନ୍‌ ହେଲା ଲକ୍ଷେ ଟଙ୍କା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ମଦ ଦୋକାନ ଆଗରେ ପଡ଼ିଥିଲା ପଲିଥିନ। ଫାଇନ୍‌ ହେଲା ଲକ୍ଷେ ଟଙ୍କା। ବ୍ରହ୍ମପୁରରେ ଘଟିଛି ଏହି ଘଟଣା। ଆଉ ଏହି ଫାଇନ୍‌ ଲଗାଇଛନ୍ତି ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଆଜି ସକାଳେ ସାଇକେଲରେ ବୁଲି ସଫେଇ କାର୍ଯ୍ୟର ତଦାରଖ ପାଇଁ ବାହାରିଥିଲେ ଜିଲ୍ଲାପାଳ ଶ୍ରୀ  କୁଲାଙ୍ଗେ। ଏହି ସମୟରେ ଏକ ମଦ ଦୋକାନ ଆଗରେ ପଲିଥିନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଏହି ଜୋରିମାନା ଲଗାଇଥିଲେ। କେବଳଏତିକି ନୁହେଁ, ସହରରେ ଥିବା ୪ […]

bramhapur-2-1

Niharika Rout
  • Published: Thursday, 12 March 2020
  • , Updated: 12 March 2020, 01:23 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ମଦ ଦୋକାନ ଆଗରେ ପଡ଼ିଥିଲା ପଲିଥିନ। ଫାଇନ୍‌ ହେଲା ଲକ୍ଷେ ଟଙ୍କା। ବ୍ରହ୍ମପୁରରେ ଘଟିଛି ଏହି ଘଟଣା। ଆଉ ଏହି ଫାଇନ୍‌ ଲଗାଇଛନ୍ତି ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଆଜି ସକାଳେ ସାଇକେଲରେ ବୁଲି ସଫେଇ କାର୍ଯ୍ୟର ତଦାରଖ ପାଇଁ ବାହାରିଥିଲେ ଜିଲ୍ଲାପାଳ ଶ୍ରୀ  କୁଲାଙ୍ଗେ। ଏହି ସମୟରେ ଏକ ମଦ ଦୋକାନ ଆଗରେ ପଲିଥିନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଏହି ଜୋରିମାନା ଲଗାଇଥିଲେ। କେବଳଏତିକି ନୁହେଁ, ସହରରେ ଥିବା ୪ ଜଳଖିଆ ଦୋକାନକୁ ୧୦ ହଜାର ଟଙ୍କା ଲେଖାଏ ଜୋରିମାନା କରିଛନ୍ତି ଜିଲ୍ଲାପାଳ।

ଜିଲ୍ଲାପାଳ ଜୋରିମାନା ପକାଇବା ସହ ଘର ଚତୁଃପାର୍ଶ୍ୱ ପରିଷ୍କାର ରଖିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।  ଏଥିସହ ମ୍ୟୁନିସିପାଲିଟି ଗାଡ଼ି ଆସିବା ସମୟ ବୁଝିବା ସହ ସେମାନଙ୍କ କାମ ବି ତଦାରଖ କରିଥିଲେ।

Related story