ଖରସ୍ରୋତା ଗଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୭ ସାଙ୍ଗ

ଯାଜପୁର(ସଞ୍ଜୀବ ନାୟକ): ହୋଲି ଖେଳି ଗାଧଉଥିବା ବେଳେ ଖରସ୍ରୋତା ନଦୀରେ ବୁଡ଼ିଗଲେ ୭ ଯୁବକ। ସେମାନଙ୍କ ଭିତରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବାକି ଯୁବକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ଖରସ୍ରୋତା ନଦୀରେ ତଲାସି ଅଭିଯାନ ଚାଲିଛି। ଆଜି ଯାଜପୁର ଜିଲ୍ଲାରେ ଥିଲା ହୋଲି। ରଙ୍ଗ ଖେଳ ସରିବା ପରେ ୭ ଜଣ ଯୁବକ ବଡ଼ସୁଆର ନିକଟସ୍ଥ ଖରସ୍ରୋତା ନଦୀର ମଙ୍ଗଳାଘାଟରେ […]

Jajpur

Manoranjan Sial
  • Published: Friday, 18 March 2022
  • , Updated: 18 March 2022, 08:44 PM IST

ଯାଜପୁର(ସଞ୍ଜୀବ ନାୟକ): ହୋଲି ଖେଳି ଗାଧଉଥିବା ବେଳେ ଖରସ୍ରୋତା ନଦୀରେ ବୁଡ଼ିଗଲେ ୭ ଯୁବକ। ସେମାନଙ୍କ ଭିତରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବାକି ଯୁବକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ଖରସ୍ରୋତା ନଦୀରେ ତଲାସି ଅଭିଯାନ ଚାଲିଛି।

ଆଜି ଯାଜପୁର ଜିଲ୍ଲାରେ ଥିଲା ହୋଲି। ରଙ୍ଗ ଖେଳ ସରିବା ପରେ ୭ ଜଣ ଯୁବକ ବଡ଼ସୁଆର ନିକଟସ୍ଥ ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଗାଧଉଥିଲେ। ହେଲେ ଘରକୁ ଆସିବାରେ ବିଳମ୍ୱ ହୋଇଥିଲା। ଏହା ପରେ ପରିବାର ଲୋକେ ଖୋଜିବା ପାଇଁ ମଙ୍ଗଳା ଘାଟକୁ ଆସିଥିଲେ। ହେଲେ ସେମାନଙ୍କ ପତ୍ତା ପାଇନଥିଲେ। ମାତ୍ର ସେମାନଙ୍କୁ ପିନ୍ଧା ଲୁଗା ଓ ଚପଲ ନଦୀ କୂଳରେ ଥିବା ଦେଖିବାକୁ ମିଳିଥିଲା।

ମଙ୍ଗଳାଘାଟ ଗଣ୍ଡରେ ସେମାନେ ବୁଡ଼ିଯାଇଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ଓ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଙ୍ଗଳାଘାଟରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଅଗ୍ନିଶମ ବିଭାଗ ସେମାନଙ୍କ ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମାର୍କଣ୍ଡପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅନ୍ୟ ୫ ଜଣଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳି ପାଳିନାହିଁ।

Related story