ପଦ୍ମପୁର ଉପନିର୍ବାଚନ: ମଇଦାନରେ ୧୦ ପ୍ରାର୍ଥୀ, ସୁରକ୍ଷାରେ ୯ କେନ୍ଦ୍ରୀୟ କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୧୦ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ସ୍ୱାଧୀନ ପ୍ରାର୍ଥୀ ରେବତି ଗିରି ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ୫ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୁରକ୍ଷା ଦାୟିତ୍ୱରେ ମୋଟ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ୪୧ ପ୍ଲାଟୁନ୍ ପୁଲିସ ମୁତୟନ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ […]

election-

election-

Ordigital Desk
  • Published: Monday, 21 November 2022
  • Updated: 21 November 2022, 08:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୧୦ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ସ୍ୱାଧୀନ ପ୍ରାର୍ଥୀ ରେବତି ଗିରି ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ୫ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୁରକ୍ଷା ଦାୟିତ୍ୱରେ ମୋଟ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ୪୧ ପ୍ଲାଟୁନ୍ ପୁଲିସ ମୁତୟନ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୧୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଯାଂଚବେଳେ ୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଆଜି ଶେଷଦିନରେ ସ୍ୱାଧୀନ ପ୍ରାର୍ଥୀ ରେବତୀ ଗିରି ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ପରେ ମୋଟ ୧୦ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ବିଜେପିର ପ୍ରଦୀପ ପୁରୋହିତ, ବିଜେଡିର ବର୍ଷା ସିଂ ବରିହା, କଂଗ୍ରେସର ସତ୍ୟଭୂଷଣ ସାହୁ, ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ, ଉଦିତ୍ ବୋନ୍ଦିଆ, ଦେବାର୍ଚ୍ଚନ ନାଏକ, ଶେଷଦେବ ସାହୁ ଓ ଗଙ୍ଗାଧର ସାହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଆସନ୍ତା ୫ତାରିଖରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ।

ନିର୍ବାଚନମଣ୍ଡଳୀରେ ମୋଟ ୨୫୭୪୭୪ଜଣ ଭୋଟର ୩୧୯ଟି ବୁଥ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିବେ । ଏହି ବୁଥ୍ ମଧ୍ୟରୁ ୭୪ଟି ବୁଥକୁ ଅତି ଉତ୍ତେଜନାପ୍ରବଣ ଓ ୭୮ଟି ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟରୁ ଆଜିସୁଦ୍ଧା ୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ପଦ୍ମପୁର ନିର୍ବାଚନମଣ୍ଡଳୀରେ ପହଂଚି ସାରିଛନ୍ତି । ୪୧ ପ୍ଲାଟୁନ ରାଜ୍ୟ ପୁଲିସଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ୱରେ ମୁତୟନ କରାଯିବ । ମୋଟ ୧୬୦ଟି ବୁଥରେ ୱେବ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥଗୁଡ଼ିକରେ ୯୮ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ।

ଜାତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଫିସର ମାନବେନ୍ଦ୍ର ପ୍ରତାପ ସିଂ, ବ୍ୟୟ ପର୍ଯ୍ୟବେକ୍ଷଭ ଭାବେ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଡିଏମ୍ ରାମପ୍ରସାଦ ଗୁପ୍ତା ଓ ପୁଲିସ ପର୍ଯ୍ୟବେକ୍ଷକ ଭାବେ ଆଇପିଏସ୍ ଅଧିକାରୀ ହେମନ୍ତ ଚୌହାନଙ୍କୁ ନିଯକ୍ତି ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos