୧୦ ଆକାଂକ୍ଷୀ ଜିଲ୍ଲାରେ ଉନ୍ନୟନମୂଳକ କାମର ସମୀକ୍ଷା କରିବେ ୧୦ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିକାଶ କାର୍ଯ୍ୟର ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ୧୦ଜଣ ମନ୍ତ୍ରୀ ଓଡ଼ିଶା ଆସିବେ। କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସଞ୍ଜିବ କୁମାର ବାଲ୍ୟାନ୍ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଥିବାବେଳେ ଅନ୍ୟ ୯ଟି ଆକାଂକ୍ଷା ଜିଲ୍ଲାକୁ ମଧ୍ୟ ୯ଜଣ କେନ୍ଦ୍ରମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି କେନ୍ଦ୍ର ମନ୍ତ୍ରୀମାନେ ତୃଣମୂଳସ୍ତରରେ ବିକାଶ କାର୍ଯ୍ୟ ଓ ଅଗ୍ରଗତିର ସମୀକ୍ଷା କରିବା ସହ ଏପ୍ରିଲ ୨୦ତାରିଖ […]

minister

minister

Niharika Rout
  • Published: Tuesday, 12 April 2022
  • Updated: 12 April 2022, 05:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିକାଶ କାର୍ଯ୍ୟର ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ୧୦ଜଣ ମନ୍ତ୍ରୀ ଓଡ଼ିଶା ଆସିବେ। କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସଞ୍ଜିବ କୁମାର ବାଲ୍ୟାନ୍ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଥିବାବେଳେ ଅନ୍ୟ ୯ଟି ଆକାଂକ୍ଷା ଜିଲ୍ଲାକୁ ମଧ୍ୟ ୯ଜଣ କେନ୍ଦ୍ରମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି କେନ୍ଦ୍ର ମନ୍ତ୍ରୀମାନେ ତୃଣମୂଳସ୍ତରରେ ବିକାଶ କାର୍ଯ୍ୟ ଓ ଅଗ୍ରଗତିର ସମୀକ୍ଷା କରିବା ସହ ଏପ୍ରିଲ ୨୦ତାରିଖ ସୁଦ୍ଧା ନିଜର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ ବୋଲି ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଓଡ଼ିଶା ଗସ୍ତରେ ଆସି ଯଥାକ୍ରମେ ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶ କାର୍ଯ୍ୟକୁ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି ।

ପଂଚାୟତ ଓ ପୌର ନିର୍ବାଚନ ପରେ ପ୍ରଥମଥର ପାଇଁ ରାଜ୍ୟକୁ ଏକକାଳୀନ ଏତେ ସଂଖ୍ୟକ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ସେମାନେ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ବିକାଶ କାର୍ଯ୍ୟର ସମୀକ୍ଷା କରିବାର ଥିବାରୁ ଏହାକୁ ବିଭିନ୍ନ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ବାଲ୍ୟାନ୍ ଆଜି ଅର୍ଥାତ୍ ମଙ୍ଗଳବାର କୋରାପୁଟ ଗସ୍ତରେ ଥିବାବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପ୍ରିଲ ୧୩ ଓ ୧୪ତାରିଖରେ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇ ଆକାଂକ୍ଷା ଯୋଜନାରେ କେନ୍ଦ୍ର ସରକାର ଦେଉଥିବା ଅର୍ଥରାଶିର ଉପଯୋଗ ଆଦିର ସମୀକ୍ଷା କରିବେ । ତାଙ୍କର ୧୬ତାରିଖରେ ଭୁବନେଶ୍ୱରରେ ମଧ୍ୟ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି ।

ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବାର ଥିବାବେଳେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କଳାହାଣ୍ଡି, ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ବଲାଙ୍ଗିର, କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରଣ୍ଡାଲଜେ-ନବରଙ୍ଗପୁର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର - କନ୍ଧମାଳ, ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ- ରାୟଗଡ଼ା, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ସତ୍ୟ ପାଲ ସିଂ ବାଘେଲ- ନୂଆପଡ଼ା, ଶିଳ୍ପ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ- ଗଜପତି ଜିଲ୍ଲା ଗସ୍ତରେ ଯାଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାର ସମସ୍ତ ୧୦ଟି ଆକାଂକ୍ଷା ଜିଲ୍ଲାକୁ ଏପ୍ରିଲ ୨୦ତାରିଖ ସୁଦ୍ଧା ଗସ୍ତ କରିବା ପରେ ନିଜର ରିପୋର୍ଟ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ମୋଟ ୧୧୭ଟି ପଛୁଆ ଜିଲ୍ଲାକୁ ‘ଆକାଂକ୍ଷା’ ଜିଲ୍ଲା ଭାବେ ଚିହ୍ନଟ କରି ସେଗୁଡ଼ିକ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ଆକାଂକ୍ଷା ଜିଲ୍ଲାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ପଂଚାୟତିରାଜ ସଚିବ ଅଶୋକ କୁମାର ମୀନାଙ୍କୁ ରାଜ୍ୟ ନୋଡାଲ୍ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story