ମାଓ ଭୟରେ ଭିଟାମାଟି ଛାଡ଼ିଲେ ୧୦ ପରିବାର

<p>ଭବାନୀପାଟଣା(ଅଜିତ ସିଂ): କଳାହାଣ୍ଡି&nbsp; ଜିଲ୍ଲା ଲାଞ୍ଜିଗଡ଼&nbsp; ବ୍ଲକର ତ୍ରିଲୋଚନପୁରର ୧୦ଟି ପରିବାର ମାଓ ଭୟରେ ଗାଁ ଛାଡ଼ିଛନ୍ତି। ଗତ ମାସ ୨୦ ତାରିଖରେ ତ୍ରିଲୋଚନପୁର ଅଞ୍ଚଳର ଗ୍ରାମରକ୍ଷୀ ସମେତ ୪ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇ ଯାଇଥିଲେ। ଏହାପରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଛାଡ଼ି ଦେଇଥିଲେ। ଏହି ଘଟଣା ପୂର୍ବରୁ ପୋଲିସ ଇନଫର୍ମର ସନ୍ଦେହରେ ସେହି ଗାଁର ଦୁଇଭାଇଙ୍କୁ ହତ୍ୟା କରିଥିଲେ ମାଓବାଦୀ।</p> <p>ସେହିପରି ଗତ ଫେବ୍ରୁଆରୀ ମାସରେ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଗୁଳିକରି ହତ୍ୟା&nbsp; କରିଥିଲେ ମାଓବାଦୀ।&nbsp; ଏପରି ଭୟର ବାତାବରଣରେ ନିଜକୁ ସୁରକ୍ଷିତ ନ ମଣି ଗାଁ ଛାଡିଛନ୍ତି ଏହି ୧୦ ପରିବାର। ଏନେଇ ପୋଲିସ ଛାନଭିନ୍&zwnj; ଆରମ୍ଭ କରିଛି। ଏହି ୧୦ଟି ପରିବାର ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଓ କଲ୍ୟାଣସିଂହପୁର ଅଞ୍ଚଳକୁ ଚାଲିଯାଇଥିବା କୁହାଯାଉଛି। ହେଲେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।</p>

Ordigital Desk
  • Published: Saturday, 05 May 2018
  • Updated: 05 May 2018, 01:51 PM IST

Sports

Latest News

<p>ଭବାନୀପାଟଣା(ଅଜିତ ସିଂ): କଳାହାଣ୍ଡି&nbsp; ଜିଲ୍ଲା ଲାଞ୍ଜିଗଡ଼&nbsp; ବ୍ଲକର ତ୍ରିଲୋଚନପୁରର ୧୦ଟି ପରିବାର ମାଓ ଭୟରେ ଗାଁ ଛାଡ଼ିଛନ୍ତି। ଗତ ମାସ ୨୦ ତାରିଖରେ ତ୍ରିଲୋଚନପୁର ଅଞ୍ଚଳର ଗ୍ରାମରକ୍ଷୀ ସମେତ ୪ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇ ଯାଇଥିଲେ। ଏହାପରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଛାଡ଼ି ଦେଇଥିଲେ। ଏହି ଘଟଣା ପୂର୍ବରୁ ପୋଲିସ ଇନଫର୍ମର ସନ୍ଦେହରେ ସେହି ଗାଁର ଦୁଇଭାଇଙ୍କୁ ହତ୍ୟା କରିଥିଲେ ମାଓବାଦୀ।</p><p>ସେହିପରି ଗତ ଫେବ୍ରୁଆରୀ ମାସରେ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଗୁଳିକରି ହତ୍ୟା&nbsp; କରିଥିଲେ ମାଓବାଦୀ।&nbsp; ଏପରି ଭୟର ବାତାବରଣରେ ନିଜକୁ ସୁରକ୍ଷିତ ନ ମଣି ଗାଁ ଛାଡିଛନ୍ତି ଏହି ୧୦ ପରିବାର। ଏନେଇ ପୋଲିସ ଛାନଭିନ୍&zwnj; ଆରମ୍ଭ କରିଛି। ଏହି ୧୦ଟି ପରିବାର ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଓ କଲ୍ୟାଣସିଂହପୁର ଅଞ୍ଚଳକୁ ଚାଲିଯାଇଥିବା କୁହାଯାଉଛି। ହେଲେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos