ବସ୍‌ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଅଧିକ ଆହତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ହିଞ୍ଜିଳିକାଟୁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ କଲଭର୍ଟର ସାଇଡ୍ ୱାଲ୍‌ ଉପରେ ଚଢ଼ି ଯାଇଥିଲା। ସୌଭାଗ୍ୟ ବଶତଃ ପୂରା ଓଲଟି ନଥିଲା।

ମା’ ତାରାତାରିଣୀ ନାମକ ଏହି ବସ୍‌ଟି ସୋରଡ଼ାରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା।