୧୦ ବର୍ଷରେ ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୧୩୦ ଯନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ଦୁର୍ନୀତିକୁ ନେଇ ‘ଜିରୋ ଟଲେରାନ୍ସ’ ଓ ‘ଫାଇଭ-ଟି’ର ଦମ୍ଭୋକ୍ତି ବାଢ଼ୁଥିବାବେଳେ କେବଳ ଜଳସମ୍ପଦ ବିଭାଗରେ ଗତ ୧୦ବର୍ଷ ମଧ୍ୟରେ ମୋଟ୍ ୧୩୦ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଭିଜିଲାନ୍ସ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି। ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଗତ ୨୦୧୭ରୁ ୨୦୨୨ ମସିହା ମଧ୍ୟରେ ଜଳସମ୍ପଦ […]

Vigilance

Ordigital Desk
  • Published: Thursday, 24 November 2022
  • , Updated: 24 November 2022, 09:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ଦୁର୍ନୀତିକୁ ନେଇ ‘ଜିରୋ ଟଲେରାନ୍ସ’ ଓ ‘ଫାଇଭ-ଟି’ର ଦମ୍ଭୋକ୍ତି ବାଢ଼ୁଥିବାବେଳେ କେବଳ ଜଳସମ୍ପଦ ବିଭାଗରେ ଗତ ୧୦ବର୍ଷ ମଧ୍ୟରେ ମୋଟ୍ ୧୩୦ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଭିଜିଲାନ୍ସ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି।

ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଗତ ୨୦୧୭ରୁ ୨୦୨୨ ମସିହା ମଧ୍ୟରେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ମୋଟ ୬୦ଜଣ ଯନ୍ତ୍ରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ସେମାନଙ୍କ ଘର ଓ ଅଫିସରେ ଚଢ଼ଉବେଳେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ତା’ର ବିବରଣୀ ଭିଜିଲାନ୍ସ ବିଭାଗରୁ ମିଳିପାରିନି । ତେବେ ୨୦୧୨ରୁ ୨୦୧୬ ମସିହା ମଧ୍ୟରେ ଜଳସମ୍ପଦ ବିଭାଗର ୭୦ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା ।

ସୂଚନାଯୋଗ୍ୟ, ଜଳସମ୍ପଦ ବିଭାଗରେ ଇଞ୍ଜିନୟରିଂ ସର୍ଭିସ କ୍ୟାଡ଼ରରେ ମୋଟ ସ୍ୱୀକୃତିପ୍ରାପ୍ତ ୧୬୦୮ଟି ପଦବୀ ରହିଛି ।

Related story