ବୋଲେରୋକୁ ପିଟି ଦେଲା ଟ୍ରକ୍‌; ୧୦ ମୃତ

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ବୋଲେରୋରେ ଯାତ୍ରା କରୁଥିବା ବେଳେ ଏକ ଟ୍ରକ୍ ସାମ୍ନା ପଟରୁ ଧକ୍କା ଦେଇଥିଲା। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ସମସ୍ତ ମୃତକ ଛତିଶଗଡ଼ର ପିଠୋରା ଅଞ୍ଚଳର। ସେମାନେ ନୂଆପଡ଼ା ଜିଲ୍ଲା କୋମନାରେ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ରାତି ପ୍ରାୟ ୨ଟା ବେଳେ ସିଲଦା ନିକଟରେ ଏହି […]

bb

bb

Jyoshna Pradhan
  • Published: Wednesday, 17 October 2018
  • Updated: 17 October 2018, 08:32 AM IST

Sports

Latest News

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ବୋଲେରୋରେ ଯାତ୍ରା କରୁଥିବା ବେଳେ ଏକ ଟ୍ରକ୍ ସାମ୍ନା ପଟରୁ ଧକ୍କା ଦେଇଥିଲା। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି।

accidentସମସ୍ତ ମୃତକ ଛତିଶଗଡ଼ର ପିଠୋରା ଅଞ୍ଚଳର। ସେମାନେ ନୂଆପଡ଼ା ଜିଲ୍ଲା କୋମନାରେ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ରାତି ପ୍ରାୟ ୨ଟା ବେଳେ ସିଲଦା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ନୂଆପଡ଼ା ସହର ଠାରୁ ଅଳ୍ପ ଦୂରରେ ସିଲଦା ଅବସ୍ଥିତ।

acc

ମୃତକମାନେ ହେଲେ ମୁକେଶ ଅଗ୍ରୱାଲ୍‌, ମେଘନାଦ ନିଶଦ, ସୁରଜିତ ସିଂ ଜାବଡ଼ା, ଦିନେଶ ଦଣ୍ଡସେନା, ଚାନ୍ଦିନି ଦଣ୍ଡସେନା, ଭାରତୀ ଦଣ୍ଡସେନା, ମୀନା ପାରେଶ୍ୱର, ଦିଲେଶ୍ୱରୀ ନେତାମ, ଧରମେନ୍ ନେତାମ ଓ ଧନଞ୍ଜୟ ଦଣ୍ଡସେନା।

ନୂଆପଡ଼ା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ କହିଛନ୍ତି, ବୋଲେରୋରେ ଥିବା ସମସ୍ତ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଏଥିରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ବାପା,ମା’ ଓ ପୁଅଝିଅ। ସେହିପରି ଆଉ ଗୋଟିଏ ପରିବାରର ଭାଇ,ଭଉଣୀଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos