ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ , କ୍ୱାରେଣ୍ଟାଇନ ସେଣ୍ଟରରେ ଲାଗିବ କ୍ୟାମେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍‌ ଜୋନ୍‌ର। ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ରାଜ୍ୟରେ କରୋନା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ରାଜ୍ୟରେ ଏବେ ୨୯୧ଟି […]

cc-11

cc-11

Tapas Behera
  • Published: Sunday, 10 May 2020
  • Updated: 10 May 2020, 04:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍‌ ଜୋନ୍‌ର। ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ।

ରାଜ୍ୟରେ କରୋନା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ରାଜ୍ୟରେ ଏବେ ୨୯୧ଟି ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ୬୮ଜଣ ସୁସ୍ଥ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି।

ସେପଟେ ରାଜ୍ୟରେ କ୍ୱାରେଣ୍ଟିନ ସେଣ୍ଟର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ଓ ଏଥିରୁ ରକ୍ଷା କରିବା ଲାଗି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ କଣ କରାଯିବ କଣ ନ କରାଯିବ ସେନେଇ ଏକ ତାଲିକା ଟିଏମ୍‌ସି ଆଗରେ ଲଗାଯିବ ଓ ଏହା ଯେପରି କଡ଼ାକଡ଼ି ଭାବେ ପାଳନ ହେବ ତାହାକୁ ଧ୍ୟାନ ଦିଆଯିବ ।

ସେହିପରି ଲକ୍ଷଣ ଥିବା ଲୋକଙ୍କୁ ସ୍କ୍ରିନିଂ ପରେ ଅନ୍ୟମାନଙ୍କ ଠାରୁ ଅଲଗା କରି ତୁରନ୍ତ କୋଭିଡ୍ କେୟାର ସେଣ୍ଟରକୁ ପଠାଯିବ। ତେବେ ଆବଶ୍ୟକ ସଂଖ୍ୟାର କୋଭିଡ୍ କେୟାର ସେଣ୍ଟର ନଥିଲେ ଖାଲି ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ କୋଭିଡ୍ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇ ପାରିବ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତଦାରଖରେ ଏହାକୁ କାଯର୍ୟକାରୀ କରାଯିବ। ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ୫ ବର୍ଷରୁ କମ୍ ବୟସର ଶିଶୁ, ଶାରୀରିକ ଓ ମାନିସକ ଭିନ୍ନକ୍ଷମ, ଟ୍ରାନ୍ସଜେଣ୍ଡର ଓ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଅଗ୍ରାଧିକାର ଭାବେ କୋଭିଡ୍ ଟେଷ୍ଟ କରାଯିବ ।

ଯଦି ପଜିଟିଭ୍ ନଥିବ ସେମାନଙ୍କୁ ଆଗେ କ୍ୱାରେଣ୍ଟାଇନ ସେଣ୍ଟରରୁ ଛାଡ଼ି ଦିଆଯିବ । ଯଦି ସମ୍ଭବ ହୁଏ, ତା ହେଲେ କ୍ୱାରେଣ୍ଟାଇନ ସେଣ୍ଟରରେ ସାମାଜିକ ଦୂରତା ବଜାୟ ରହୁଛି କି ନାହିଁ ଅନୁଧ୍ୟାନ ପାଇଁ ସିସିଟିଭି ଲଗାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos