ସ୍କୁଲକୁ କରୋନା ଡର, ଯାଜପୁର ପରେ ଅନୁଗୋଳରେ ୧୦ ଛାତ୍ରୀ ପଜିଟିଭ

ଅନୁଗୁଳ(ବିରଜା ଦାସ):  ସ୍କୁଲକୁ ମାଡ଼ି ବସିଛି କରୋନା କୋପ ।  ଯାଜପୁର ଜିଲ୍ଲାର ଏକ ସ୍କୁଲର ୯ ଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଅନୁଗୋଳ ଜିଲ୍ଲାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ବାଲିପଟା ପଞ୍ଚାୟତ  ହାଇସ୍କୁଲର ଛାତ୍ରୀନିବାସରେ ରହୁଥିବା ୧୦ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ବାଲିପଟା ପଞ୍ଚାୟତ  ହାଇସ୍କୁଲରେ  ଆଜି ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା। ପ୍ରାୟ ୧୫୦ ପିଲାଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଛାତ୍ରୀ […]

corona

corona

Niharika Rout
  • Published: Tuesday, 07 December 2021
  • Updated: 07 December 2021, 01:48 PM IST

Sports

Latest News

ଅନୁଗୁଳ(ବିରଜା ଦାସ):  ସ୍କୁଲକୁ ମାଡ଼ି ବସିଛି କରୋନା କୋପ ।  ଯାଜପୁର ଜିଲ୍ଲାର ଏକ ସ୍କୁଲର ୯ ଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଅନୁଗୋଳ ଜିଲ୍ଲାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ବାଲିପଟା ପଞ୍ଚାୟତ  ହାଇସ୍କୁଲର ଛାତ୍ରୀନିବାସରେ ରହୁଥିବା ୧୦ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବାଲିପଟା ପଞ୍ଚାୟତ  ହାଇସ୍କୁଲରେ  ଆଜି ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା। ପ୍ରାୟ ୧୫୦ ପିଲାଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଛାତ୍ରୀମାନେ ହାଇସ୍କୁଲର ଛାତ୍ରୀନିବାସରେ ରହୁଥିବା ବେଳେ RTPCR ପାଇଁ ସେମାନଙ୍କ ସାମ୍ପୁଲ ପଠାଯାଇଛି। ଏହାବାଦ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସେମାନେ ଯାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ଘଟଣା ଉପରେ ଜିଲ୍ଲା ପ୍ରଶାସନ ତିକ୍ଷଣ ଦୃଷ୍ଟି ରଖିଥିବା ବେଳେ ଖୁବ୍‌ ଶୀଘ୍ର ଅନ୍ୟ ସମସ୍ତ ସ୍କୁଲ ପାଇଁ ଏସଓପି ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ନିୟମିତ ବ୍ୟବଧାନରେ ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । ଏହାଦ୍ୱାରା ଖୁବ୍‌ ଶୀଘ୍ର ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଦଶରଥପୁରର ଏକ ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗତକାଲି ଜଣାପଡ଼ିଥିଲା। ଷଷ୍ଠ ଓ ନବମ ଶ୍ରେଣୀରେ ପଢୁଥିବା ୯ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ଆଇସୋଲେସନରେ ରଖାଯାଇ କଣ୍ଟାକ୍ଟ ଟ୍ରେସିଂ ଚାଲୁ ରହିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।

ଏହାପୂର୍ବରୁ ବୁର୍ଲା ଭୀମସାରର ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ଢେଙ୍କାନାଳ ଜିଲ୍ଲାର ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।  କରୋନାର କହର ଏବେ ଧିରେ ଧିରେ ଛାତ୍ରଛାତ୍ରୀଙ୍କୁ ଘାରିବାରେ ଲାଗିଛି।  ବେଳ ଥାଉ ଥାଉ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ପରିସ୍ଥିତି ଅଣାୟତ୍ତ ହେବା ନେଇ ଆଶଙ୍କା ଦେଖାଦେଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos