ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ ପୁଣି ୧୦ରୁ ଅଧିକ ନାଗ ସାପ ଉଦ୍ଧାର କରାଯାଇଛି। ଗତ ୩ ଦିନ ମଧ୍ୟରେ ଏଠାରେ ପ୍ରାୟ ୧୪୦ଟି ସାପକୁ ଉଦ୍ଧାର କରାଯାଇଛି।

(image) ଆଜି ଜୟିଗର ସ୍ଥିତ କଣ୍ଟାବଣିଆସାହିର ଗୌରାଙ୍ଗ ଜେନାଙ୍କ ଘରୁ ୧୦ଟି ନାଗ ସାପ ଉଦ୍ଧାର କରାଯାଇଛି। ଏକ ଶିଳ ତଳୁ ସାପ ଗୁଡ଼ିକୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଧାମନଗର ଏନ୍‌ଏସି ପାଇକସାହି ଗାଁର ବିଜୟ ଭୂଆଁଙ୍କ ଘରୁ ୧୩୧ଟି ନାଗ ସାପ ଉଦ୍ଧାର କରାଯାଇଥିଲା। ଏହି ସାପ ଗୁଡିକୁ ସ୍ନେକ୍ ହେଲ୍ପ ଲାଇନ୍ ସହାୟତାରେ ଅାନନ୍ଦପୁରର ହଦଗଡ଼ ଡ୍ୟାମ୍ ପାର୍ଶ୍ୱ ଜଙ୍ଗଲରେ ଛଡାଯାଇଛି।

ଅଧିକ ପଢ଼ନ୍ତୁ- ପୁଣି ବିଜୟ ଭୂୟାଁଙ୍କ ଘରୁ ଉଦ୍ଧାର ହେଲା ଏକାଧିକ ନାଗ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।