୧୯୧୯ ମସିହାରୁ ୨୦୧୯: ଦୀର୍ଘ ଶହେ ବର୍ଷର ଯାତ୍ରାରେ ‘ସମାଜ’ 

କଟକ(ଓଡ଼ିଶା ରିପୋର୍ଟର): ୧୯୧୯ ମସିହାରୁ ୨୦୧୯। ଇତି ମଧ୍ୟରେ ଦୈନିକ ଖବରକାଗଜ ‘ସମାଜ’କୁ ଶହେ ବର୍ଷ ପୂରିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ କେବଳ ଏକ ଖବରକାଗଜ ହୋଇ ରହିନାହିଁ, ଓଡ଼ିଶାର ଜନଜୀବନର ଏକ ବିରାଟ ଆନ୍ଦୋଳନ ଭାବେ ଠିଆ ହୋଇଛି। ଶହେ ବର୍ଷ ଭିତରେ ଅନେକ ଖବରକାଗଜ ପ୍ରକାଶନ ହୋଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପଥଭ୍ରଷ୍ଟ ହୋଇଥିବା ବେଳେ ଆଉ କିଛି ବନ୍ଦ ହୋଇଯାଇଛି। ହେଲେ ‘ସମାଜ’ ଏକ […]

100-year-celebration-of-daily-samaja

100-year-celebration-of-daily-samaja

Manoranjan Sial
  • Published: Saturday, 05 October 2019
  • Updated: 05 October 2019, 06:11 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ୧୯୧୯ ମସିହାରୁ ୨୦୧୯। ଇତି ମଧ୍ୟରେ ଦୈନିକ ଖବରକାଗଜ ‘ସମାଜ’କୁ ଶହେ ବର୍ଷ ପୂରିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ କେବଳ ଏକ ଖବରକାଗଜ ହୋଇ ରହିନାହିଁ, ଓଡ଼ିଶାର ଜନଜୀବନର ଏକ ବିରାଟ ଆନ୍ଦୋଳନ ଭାବେ ଠିଆ ହୋଇଛି। ଶହେ ବର୍ଷ ଭିତରେ ଅନେକ ଖବରକାଗଜ ପ୍ରକାଶନ ହୋଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପଥଭ୍ରଷ୍ଟ ହୋଇଥିବା ବେଳେ ଆଉ କିଛି ବନ୍ଦ ହୋଇଯାଇଛି। ହେଲେ ‘ସମାଜ’ ଏକ ମାଇଲ ଖୁଣ୍ଟ ହୋଇରହିଛି। ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମର ଅୟୋଜିତ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ‘ସମାଜ’ର ଶହେ ବର୍ଷ ପୂର୍ତ୍ତି ଉତ୍ସବ ଆରମ୍ଭ ହୋଇଛି।

୧୯୧୯ ମସିହା ଅକ୍ଟୋବର ୪ ତାରିଖରେ ପୁରୀର ସତ୍ୟବାଦୀରୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରଥମେ ସାପ୍ତାହିକ ଭାବେ ପ୍ରକାଶିତ ହୋଇଥିଲା ‘ସମାଜ’। ଗୋପବନ୍ଧୁଙ୍କ ଇଚ୍ଛାଶକ୍ତି ଓ ସାଧାରଣ ଲୋକଙ୍କ ସହଯୋଗରେ କିଛି ବର୍ଷ ମଧ୍ୟରେ ପାଠକଙ୍କ ବେଶ ଆଦୃତ ହୋଇପାରିଥିଲା ଏହି ସାପ୍ତାହିକ। ଗୋପବନ୍ଧୁ ଦାସଙ୍କ ଇହତ୍ୟାଗ ପରେ ଖବରକାଗଜଟିକୁ ଲୋକସେବକ ମଣ୍ଡଳ ଅଧୀନକୁ ହସ୍ତାନ୍ତର କରାଯାଇଥିଲା। ଆଉ ସେହି ଦିନଠାରୁ ଏଯାଏଁ ‘ସମାଜ’ କାହା ବ୍ୟକ୍ତିଗତ ମାଲିକାନାରେ ନ ରହି ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ହୋଇଆସୁଛି।

୧୯୨୭ରେ କଟକ ନିମଚୌଡିଠାରେ ପ୍ରଥମେ ‘ସମାଜ’ କାର୍ଯ୍ୟାଳୟ ଖୋଲାଯାଇ ପ୍ରିଣ୍ଟିଂ କାମ ଆରମ୍ଭ ହୋଇଥିଲା। ଆଜି ମଧ୍ୟ ସେହି ପ୍ରଥମ ଛାପା ମେସିନ ଶୋଭା ପାଉଛି ‘ସମାଜ’ କାର୍ଯ୍ୟାଳୟରେ। ୧୯୩୦ ଅପ୍ରେଲ୍‌ ୬ ତାରିଖରେ ଲବଣ ସତ୍ୟାଗ୍ରହ ଦିନ ‘ସମାଜ’ ସାପ୍ତାହିକ ପରିବର୍ତ୍ତେ ଦୈନିକ ଖବରକାଗଜ ଭାବେ ପ୍ରକାଶନ ଆରମ୍ଭ କରିଥିଲା। ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ୧୯୫୭ରେ ବକ୍ସିବଜାରଠାରେ ସ୍ଥାୟୀ ଭାବେ ଆରମ୍ଭ ହୋଇଥିଲା ‘ସମାଜ’ ଦୈନିକ ଖବର କାଗଜ ଅଫିସ। ଏହାମଧ୍ୟରେ ଶହେ ବର୍ଷ ପୂରଣ କରିସାରିଛି ‘ସମାଜ’।

ଦୀର୍ଘ ଶହେ ବର୍ଷ ଧରି ‘ସମାଜ’ ତା’ର ଉଚ୍ଚ ଆଦର୍ଶ ଓ ମୂଲ୍ୟବୋଧରୁ ବିଚ୍ୟୁତ ହୋଇନି। ପାଠକଙ୍କ ଚାହିଦା ଓ ରୁଚିକୁ ଦେଖି ପରିବର୍ତ୍ତନ ସହ ତାଳ ଦେଇ ନିଜର ରୂପରେଖ ଓ ଶୈଳୀରେ ପରିବର୍ତ୍ତନ କରିଛି ସତ। ହେଲେ ସମ୍ବାଦ ପରିବେଷଣରେ ଲକ୍ଷ୍ୟ ଭ୍ରଷ୍ଟ ହୋଇନି। ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର, ଲିଙ୍ଗରାଜ ମିଶ୍ରଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତି ଏହି ଖବର କାଗଜର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ୧୯୬୦ରୁ ଦୀର୍ଘ ୪୦ ବର୍ଷ ଧରି ‘ସମାଜ’ର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ ରାଧାନାଥ ରଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos