୧୦ ଲକ୍ଷ ଛୁଇଁଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ହରାଇବାରେ ଓଡ଼ିଶା ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି। ଆଜି ସୁଦ୍ଧା କରୋନାରୁ ୧୦ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତ୍ୟାଗ ଓ ନିରନ୍ତର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ସରକାର। ସେପଟେ ଆଜି ୬୮୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। […]

Covid

Covid

Manoranjan Sial
  • Published: Friday, 10 September 2021
  • Updated: 10 September 2021, 09:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ହରାଇବାରେ ଓଡ଼ିଶା ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି। ଆଜି ସୁଦ୍ଧା କରୋନାରୁ ୧୦ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତ୍ୟାଗ ଓ ନିରନ୍ତର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ସରକାର। ସେପଟେ ଆଜି ୬୮୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1436319457626898444?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୨୪୬ ଜଣ ଅଛନ୍ତି। ଠିକ୍‌ ସେହିପରି କଟକରୁ ୧୦୩, ପୁରୀରୁ ୨୮, ଯାଜପୁରରୁ ୨୭, ବାଲେଶ୍ୱରରୁ ୨୨, ମୟୂରଭଞ୍ଜରୁ ୨୨, ସୁନ୍ଦରଗଡ଼ରୁ ୧୯, ଭଦ୍ରକରୁ ୧୮, ଜଗତସିଂହପୁରରୁ ୧୭, ସମ୍ୱଲପୁରରୁ ୧୬, ଢେଙ୍କାନାଳରୁ ୧୫, ନୟାଗଡ଼ରୁ ୧୫, ଅନୁଗୋଳରୁ ୧୨, କେନ୍ଦୁଝରରୁ ୧୨, ମାଲକାନଗିରିରୁ ୧୨, କେନ୍ଦ୍ରାପଡ଼ାରୁ ୮, ରାୟଗଡ଼ାରୁ ୭, ଗଞ୍ଜାମରୁ ୬, କନ୍ଧମାଳରୁ ୫, ବଲାଙ୍ଗିରରୁ ୪, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩, କୋରାପୁଟରୁ ୨, ସୋନପୁରରୁ ୨, ବରଗଡ଼ରୁ ଜଣେ ଓ ଷ୍ଟେଟ୍‌ପୁଲରୁ ୫୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୦୦୦୫୪୮ ଜଣ ଆରୋଗ୍ୟ ହୋଇଛନ୍ତି।

https://twitter.com/HFWOdisha/status/1436314315246559237?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos