୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଜାରି

Ordigital Desk
  • Published: Tuesday, 22 August 2017
  • , Updated: 22 August 2017, 07:36 PM IST
<p>ଭୁବନେଶ୍ୱର (ଓଡିଶା ରିପୋର୍ଟର): ୧୦୮ ଆମ୍ବୁଲାନ୍ସ ସଂଘର ସଭାପତିଙ୍କୁ ଗିରଫ ପ୍ରତିବାଦରେ ଆମ୍ବୁଲାନ୍ସ କର୍ମଚାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ବଲାଙ୍ଗିର ଜିଲ୍ଲାରୁ ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଜି ରାଜ୍ୟର ଅନ୍ୟ ଜିଲ୍ଲାକୁ ବ୍ୟାପିଛି। ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମ୍ବୁଲାନ୍ସ ରଖି ରୋଗୀସେବା ଅଚଳ କରି ଦେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ।</p> <p>ତେବେ ଆଲୋଚନା ପରେ ବାଲେଶ୍ୱର ଭଳି କିଛି ଜିଲ୍ଲାରେ ଆମ୍ବୁଲାନ୍ସ ସେଭା ସ୍ୱାଭାବିକ ହୋଇଥିଲା ବେଳେ ବଲାଙ୍ଗିର, କଟକ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଏବେ ବି ଆନ୍ଦୋଳନ ଜାରି ରହିଛି। ମିଛ ମାମଲାରେ ସଂଘ ସଭାପତିଙ୍କୁ ଫସାଇ ଗିରଫ କରାଯାଇଥିବା ଅଭିଯୋଗ ଆଣି ତାଙ୍କୁ ତୁରନ୍ତ ଖଲାସ ଦାବିରେ ଅଡ଼ି ବସିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ବଲାଙ୍ଗିର ଭଳି କିଛି ଜିଲ୍ଲାରେ ଆମ୍ବୁଲାନ୍ସ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଇସ୍ତଫାପତ୍ର ଦେଇ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଏହିସବୁ ଜିଲ୍ଲାରେ ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପଟେ କାର୍ଯ୍ୟରେ ଯୋଗ ନଦେଲେ ଏସ୍&zwnj;ମା ବଳରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା।</p>

Related story