ଏନ୍‌ସିସି ସାର୍‌ ଉଠ୍‌ବସ୍‌ କରାଇବାରୁ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ!

ବଣାଇ(ରଣଜିତ ଚୌଧୁରୀ): ଏନ୍‌ସିସି ଶିକ୍ଷକ ଉଠ୍‌ବସ୍‌ କରାଇବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଆଜି ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମାଟି ତଳୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଲହୁଣିପଡ଼ା ଥାନା ବେଲକୁଦ ଗାଁର ମଙ୍ଗଲ ଭୂମିଜଙ୍କ ପୁଅ ମୂରଲୀ ବଣାଇ ରାଜା ଧରଣୀଧର ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ନ୍ତି। ଗତ ୨୨ […]

bonai

Manoranjan Sial
  • Published: Saturday, 09 November 2019
  • , Updated: 09 November 2019, 06:33 PM IST

ବଣାଇ(ରଣଜିତ ଚୌଧୁରୀ): ଏନ୍‌ସିସି ଶିକ୍ଷକ ଉଠ୍‌ବସ୍‌ କରାଇବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଆଜି ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମାଟି ତଳୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଲହୁଣିପଡ଼ା ଥାନା ବେଲକୁଦ ଗାଁର ମଙ୍ଗଲ ଭୂମିଜଙ୍କ ପୁଅ ମୂରଲୀ ବଣାଇ ରାଜା ଧରଣୀଧର ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ନ୍ତି। ଗତ ୨୨ ତାରିଖରେ ମୂରଲୀଙ୍କୁ ସ୍କୁଲର ଏନ୍‌ସିସି ଶିକ୍ଷକ ଉଠ୍‌ବସ୍‌ କରାଯାଇ ଥିଲେ। ଯେଉଁଥିପାଇଁ ସେ ଅସୁସ୍ଥ ହୋଇପଡ଼ି ଥିଲେ। ସ୍କୁଲ୍‌ କର୍ତ୍ତୃପକ୍ଷ ତାଙ୍କୁ ବଣାଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ତେଣୁ ତାଙ୍କୁ ରାଉରକେଲା ଓ ପରେ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକ ମୂରଲୀର ମୃତଦେହକୁ ଆଣି ଗାଁ ଶ୍ମଶାନରେ ପୋତି ଦେଇଥିଲେ।

ତେବେ ଦୁଇ ଦିନରେ ପରିବାର ଲୋକେ ଜାଣିବାକୁ ପାଇଲେ, ମୂରଲୀକୁ କୁଆଡ଼େ ଏନ୍‌ସିସି ସାର୍‌ ଉଠ୍‌ବସ୍‌ କରାଇଥିଲେ। ଯେଉଁଥିପାଇଁ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ଗତକାଲି ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଆଜି ବେଲକୁଦ ଗାଁକୁ ଯାଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପୋତା ଯାଇଥିବା ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Related story