ଆସିକା (ମନୋଜ ମୁନୀ) : କରୋନା ମହାମାରୀ ବେଳେ ଅସହାୟ ଓ ଦିବ୍ୟାଙ୍ଗମାନେ ବହୁ ଅସୁବିଧାରେ ପଡ଼ିଛନ୍ତି। ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନାହାନ୍ତି। ଏପରି ସମୟରେ ଅସହାୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ।
ଗଞ୍ଜାମ ଜିଲ୍ଲା ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ୧୨୦୯-୨୦ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନିଜ ଖର୍ଚ୍ଚରେ ଦିବ୍ୟାଙ୍ଗ ଓ ଅସହାୟମାନଙ୍କୁ ବାଣ୍ଟିଛନ୍ତି ରାନ୍ଧଖାଦ୍ୟ। ସହରର ବିଜୁ ପଟ୍ଟନାୟକ ଛକ, ବସଷ୍ଟାଣ୍ଡ, କୋର୍ଟ ଛକ ସମେତ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି ଛାତ୍ରଛାତ୍ରୀ। ଏଥିସହ ଶୋଭାଯାତ୍ରାରେ ସହର ପରିକ୍ରମା କରି କୋଭିଡ୍ କଟକଣା ସମ୍ପର୍କରେ ଲୋକଙ୍କୁ ସଚେତନତା କରୁଛନ୍ତି। ଦିବ୍ୟାଙ୍ଗ ଓ ଅସହାୟମାନଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ ଛାତ୍ରଛାତ୍ରୀ। ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ସାମଗ୍ରୀ ବଣ୍ଟନ ବେଳେ ଉପସ୍ଥିତ ରହି କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଛାତ୍ରୀ ତୁଳସୀ ପାଣିଗ୍ରାହୀ କହିଛନ୍ତି-“କରୋନା ମହାମାରୀ ବେଳେ ଲୋକମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ଦିନ ମଜୁରିଆ ଓ ଦିବ୍ୟାଙ୍ଗମାନେ ବେଶୀ ଅସୁବିଧାରେ ପଡ଼ିଛନ୍ତି। ସେମାନେ ଖାଇବାକୁ ପାଉନାହାନ୍ତି। ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଏପରି ଉଦ୍ୟମ କରାଯାଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।