ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଗାଡ଼ିରୁ ମିଳିଲା ୧୧ ଲକ୍ଷ

ଜୟପୁର(ଟି. ଗୌରି ଶଙ୍କର): କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଗାଡ଼ିରୁ ଜବତ ହେଲା ୧୧ ଲକ୍ଷ ୩୧ ହଜାର ଟଙ୍କା।  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଜୟପୁରରୁ ବଦଳି ହୋଇ ଭୁବନେଶ୍ୱର ଯାଉଥିବା ବେଳେ ଆଜି ଭିଜିଲାନ୍ସ ଟିମ୍‌ ତାଙ୍କ ଗାଡ଼ିରୁ ଏହି ଟଙ୍କା ଜବତ କରିଛି। ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ଘରୋଇ ଇନୋଭାରେ ଟଙ୍କା ଧରି ଯାଉଥିଲେ।  ଏ ସମ୍ପର୍କରେ ଖବର […]

vigilance-1

vigilance-1

Niharika Rout
  • Published: Thursday, 02 July 2020
  • Updated: 02 July 2020, 02:36 PM IST

Sports

Latest News

ଜୟପୁର(ଟି. ଗୌରି ଶଙ୍କର): କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଗାଡ଼ିରୁ ଜବତ ହେଲା ୧୧ ଲକ୍ଷ ୩୧ ହଜାର ଟଙ୍କା।  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଜୟପୁରରୁ ବଦଳି ହୋଇ ଭୁବନେଶ୍ୱର ଯାଉଥିବା ବେଳେ ଆଜି ଭିଜିଲାନ୍ସ ଟିମ୍‌ ତାଙ୍କ ଗାଡ଼ିରୁ ଏହି ଟଙ୍କା ଜବତ କରିଛି।

ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ଘରୋଇ ଇନୋଭାରେ ଟଙ୍କା ଧରି ଯାଉଥିଲେ।  ଏ ସମ୍ପର୍କରେ ଖବର ପାଇ ତାଙ୍କୁ ଧରିବାକୁ ପୂର୍ବରୁ ଛପି ରହିଥିଲା ଭିଜିଲାନ୍ସ ଟିମ୍‌।  ଜୟପୁର ନିକଟସ୍ଥ ଦେଓଘାଟିରେ ପ୍ରଦୀପଙ୍କ କାରକୁ ଅଟକାଇ ଟଙ୍କା ଜବତ କରାଯାଇଥିଲା। ହେଲେ ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କେଉଁ ଆଡ଼େ ନେଉଥିଲେ, ସେ ସମ୍ପର୍କରେ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ।

ଏହାପରେ ତାଙ୍କୁ ଜୟପୁର ସ୍ଥିତ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରୁଛି ଭିଜିଲାନ୍ସ। ଏଥିସହ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos