କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ନୂଆ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ଏହାବ୍ୟତୀତ ୨ ଲୋକାଲ କେସ୍ ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
#COVID19 update in Cuttack city (CMC area)
Out of the 38 new COVID-19 +ve cases reported today in #Cuttack district, 11 +ve cases belong to Cuttack city (CMC area).
Another 7 recoveries have been reported recently. pic.twitter.com/qPn9IoXDtI
— CMC,Cuttack (@CMCCuttack) July 18, 2020
କଟକ ସହରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ରେ ପହଞ୍ଚିଥିବା ବେଳେ ୧୮୮ ଜଣ ସୁସ୍ଥ ହୋଇ ସାରିଲେଣି। ୧୩୯ ଜଣ ଚିକିତ୍ସିତ ହେଉଥିବା ବେଳେ ୭ ଜଣଙ୍କ ମୁଣ୍ଡ ନେଇ ସାରିଲାଣି କରୋନା।
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚିଥିବା ବେଳେ ୧୧,୩୩୦ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ୫୨୫୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।