ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୦୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ଡେଇଁଛି। ତେବେ ସେମାନଙ୍କ ମଧ୍ୟରୁ ସାଢ଼େ ୫ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ରାଜ୍ୟରେ ଆଉ ୩୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।
୧୧,୦୫୯ ନୂଆ ଆକ୍ରାନ୍ତ ମଧ୍ୟରୁ ୬୧୯୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୮୬୬ଟି ହେଉଛି ଲୋକାଲ୍ କେସ୍। କଟକ ଜିଲ୍ଲାରେ ସର୍ବାଧିକ ୧୧୩୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଟିକେ କମିଛି। ଏହି ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ୧୦୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତୃତୀୟ ସ୍ଥାନରେ ରହିଛି ଅନୁଗୋଳ ଜିଲ୍ଲା। ଏଠାରୁ ୮୫୯ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୨୯, ମୟୂରଭଞ୍ଜରୁ ୬୬୨ ଓ ଯାଜପୁର ଜିଲ୍ଲାରୁ ୫୬୪ ଜଣ ଚିହ୍ନଟ ହୋଇଛନ୍ତି।
ବାଲେଶ୍ୱର ଜିଲ୍ଲା ୪୦୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୩୬୭, ଭଦ୍ରକରୁ ୩୭୭, ବଲାଙ୍ଗିରରୁ ୧୬୬, ବୌଦ୍ଧରୁ ୨୬୧, ଦେବଗଡ଼ରୁ ୧୦୩, ଢେଙ୍କାନାଳରୁ ୩୫୧, ଗଜପତି ୬୭, ଗଞ୍ଜାମରୁ ୧୫୫, ଜଗତସିଂହପୁରରୁ ୩୩୦, ଝାରସୁଗୁଡ଼ାରୁ ୨୨୮, କଳାହାଣ୍ଡିରୁ ୪୦୭, କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୩୦୯, କେନ୍ଦୁଝରରୁ ୨୦୦, କୋରାପୁଟରୁ ୧୭୫, ମାଲକାନଗିରିରୁ ୯୮, ନବରଙ୍ଗପୁରରୁ ୩୨୨, ନୟାଗଡ଼ରୁ ୨୪୬, ନୂଆପଡ଼ାରୁ ୪୪, ପୁରୀରୁ ୪୩୦, ରାୟଗଡ଼ାରୁ ୧୭୭, ସମ୍ବଲପୁରରୁ ୩୭୯ ଓ ସୋନପୁର ଜିଲ୍ଲାରୁ ୨୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୨୦୩ ଜଣ ଚିହ୍ନଟ ହୋଇଛନ୍ତି।
୧୧,୦୫୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୮୯ ହଜାର ୬୧୦ ଜଣ ସୁସ୍ଥ ହୋଇସାରିଛନ୍ତି। ଲକ୍ଷେ ୧୧ ହଜାର ୨୬୨ ଜଣ ଚିକିତ୍ସାଧୀନ ଅଛନ୍ତି। ଆଉ ୩୨ ଜଣଙ୍କ ଜୀବନ ଯାଇଥିବା ବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୧୬ରେ ପହଞ୍ଚିଛି।
6. Boudh: 261
7. Cuttack: 1133
8. Deogarh: 103
9. Dhenkanal: 351
10. Gajapati: 67
11. Ganjam: 155
12. Jagatsinghpur: 330
13. Jajpur: 564
14. Jharsuguda: 228
15. Kalahandi: 407
16. Kandhamal: 103
17. Kendrapada: 309
18. Keonjhar: 200
19. Khurda: 1010
20. Koraput: 175— I & PR Department, Odisha (@IPR_Odisha) May 24, 2021
New recoveries: 11627
Cumulative tested: 11375076
Positive: 703441
Recovered: 589610
Active cases: 111262— I & PR Department, Odisha (@IPR_Odisha) May 24, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।