Advertisment

ବନ୍ୟାର ଆଁ ଭିତରେ ୧୨ ଜିଲ୍ଲା, ଦୁର୍ଦ୍ଦଶା ବଢ଼ାଉଛି ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଦ୍‌ବେଗଜନକ ରହିଛି ବନ୍ୟା ସ୍ଥିତି  । ରାଜ୍ୟର ୧୨ଟି ଜିଲ୍ଲା ଏବେ ବନ୍ୟାର ଆଁ ଭିତରେ ଥିବା ବେଳେ ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।  ବିଶେଷ କରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି । ବନ୍ୟା ବିପଦ ଟଳି ନ ଥିବା ବେଳେ ଲଘୁଚାପଜନିତ ବର୍ଷା ଦୁର୍ଦ୍ଦଶାକୁ ଦ୍ୱିଗୁଣ କଲାଣି। ବନ୍ୟା ଯୋଗୁ ଜଗତସିଂହପୁର ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ଥିବାରୁ […]

ଅଦ୍ୟତନ ହୋଇଛି
ବନ୍ୟାର ଆଁ ଭିତରେ ୧୨ ଜିଲ୍ଲା, ଦୁର୍ଦ୍ଦଶା ବଢ଼ାଉଛି ବର୍ଷା

flood

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଦ୍‌ବେଗଜନକ ରହିଛି ବନ୍ୟା ସ୍ଥିତି  । ରାଜ୍ୟର ୧୨ଟି ଜିଲ୍ଲା ଏବେ ବନ୍ୟାର ଆଁ ଭିତରେ ଥିବା ବେଳେ ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।  ବିଶେଷ କରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି । ବନ୍ୟା ବିପଦ ଟଳି ନ ଥିବା ବେଳେ ଲଘୁଚାପଜନିତ ବର୍ଷା ଦୁର୍ଦ୍ଦଶାକୁ ଦ୍ୱିଗୁଣ କଲାଣି।

Advertisment

ବନ୍ୟା ଯୋଗୁ ଜଗତସିଂହପୁର ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ଥିବାରୁ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ୪୦ଟି ସ୍କୁଲ ଆଜି ଏବଂ ଆସନ୍ତାକାଲି ଛୁଟି ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।  ସ୍କୁଲ ଛୁଟି ନେଇ ୭ଟି ବ୍ଲକର BEOଙ୍କୁ ଜିଲ୍ଲାପାଳ ଚିଠି କରିଛନ୍ତି ।

ସେପଟେ ଜଳବନ୍ଦୀ ଥିବା ଖୋର୍ଦ୍ଧା ଜିଲ୍ଲା ସମେତ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲାର ଗାଁ ଗୁଡ଼ିକୁ ୧୫ଦିନ ଯାଏଁ ଏବଂ ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲାର ଗାଁ ଗୁଡ଼ିକୁ ୭ ଦିନ ପାଇଁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାଣି ଛାଡିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ଏବଂ ତାର ୧୫ ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

[caption id="attachment_758750" align="aligncenter" width="650"]flood ଜଳମଗନ ଜଗତସିଂହପୁର ଜିଲ୍ଲା।[/caption]

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ଆକାଶମାର୍ଗରୁ କେନ୍ଦ୍ରାପଡ଼ା,  ଜଗତସିଂହପୁର  ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଂଚଳ ଜଳମଗ୍ନ ହେବା ସହ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ପ୍ରଭାବିତ ଅଂଚଳରେ ସମସ୍ତ ପ୍ରକାରର ସହାୟତା ଯଥା ରିଲିଫ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ଭାବ୍ୟ ବର୍ଷାକୁ ଦେଖି ରାଜ୍ୟ ସରକାର ହୀରାକୁଦ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି  । ଗତକାଲି ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ଆଜି ସକାଳେ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।   ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଏବେ ୬୨୪ ଫୁଟ୍ ଥିବା ବେଳେ ତାହାକୁ ୬୨୨ ଫୁଟ୍‌ ମଧ୍ୟରେ ସୀମିତ ରଖିବାକୁ ଜଳସଂପଦ ବିଭାଗ ନିଷ୍ପତ୍ତି ନେଇଛି।

[caption id="attachment_758752" align="aligncenter" width="650"]paradip ପାରାଦୀପରେ ଲହଡ଼ି ମାରୁଛି ବନ୍ୟା ଜଳ ।[/caption]

ଯେହେତୁ ଲଘୁଚାପଜନିତ  ବର୍ଷା ୨ ଦିନ ଲାଗି ରହିବ ଓ ଛତିଶଗଡ଼ରେ ସର୍ବାଧିକ ପ୍ରାୟ ୫୦ ମିଲିମିଟର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି।  ସେ ଦୃଷ୍ଟିରୁ ହୀରାକୁଦକୁ ୫ରୁ ସାଢେ ୫ଲକ୍ଷ କ୍ୟୁସେକ ପାଣି ଆସିପାରେ । ତେଣୁ ଡ୍ୟାମ ମଧ୍ୟକୁ ମଧ୍ୟ ସେତିକି ଜଳ ଛଡାଯିବ ବୋଲି ଏସ୍ଆରସି କହିଛନ୍ତି । ଯଦ୍ୱାରା ମୁଣ୍ଡଳିଠାରେ ସର୍ବାଧିକ ୯ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ ଏବଂ ମହାନଦୀ ସିଷ୍ଟମରେ ବିଶେଷ ଅସୁବିଧା ହେବ ନାହିଁ  ବୋଲି ସେ ସୂଚନା ଦେଇଛନ୍ତି।

ବନ୍ୟାଞ୍ଚଳ ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ ସେମାନେ ସୁରକ୍ଷିତ ସ୍ଥାନ ଦେଖି ମୁଣ୍ଡ ଗୁଞ୍ଜିଛନ୍ତି। କିଏ ଛାତ ଉପରେ ପରିବାର ସହ ରହିଛି ତ କିଏ ତମ୍ବୁରେ ଦିନ କାଟୁଛି। ଏପରି ସ୍ଥିତିରେ ବିଭିନ୍ନ ଜିଲ୍ଲାରେ  ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶ ଆହୁରି ବଢ଼ି ଯାଇଛି। ଚାରିଆଡ଼େ ପାଣି ଥିବା ବେଳେ ପିଲାଛୁଆ ଧରି କୁଆଡ଼େ ଯିବେ, କେଉଁଠି ମୁଣ୍ଡ ଗୁଞ୍ଜିବେ ସେହି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe