୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମ୍ଫାନ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାକୁ ପୁନରୁଦ୍ଧାର ପାଇଁ ଯାଇଥିବା ୧୨ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଟ୍ୱିଟ୍ ଯୋଗେ ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। 12 of our fearless fire fighters @OdishaFS_HGs_CD who returned from #Kolkata with laurels after #CycloneAmphan restoration tasks tested +ve for Covid-19. State government […]

fire-1-1

Niharika Rout
  • Published: Tuesday, 09 June 2020
  • , Updated: 09 June 2020, 10:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମ୍ଫାନ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାକୁ ପୁନରୁଦ୍ଧାର ପାଇଁ ଯାଇଥିବା ୧୨ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଟ୍ୱିଟ୍ ଯୋଗେ ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାତ୍ୟା ଅମ୍ଫାନର ମୁକାବିଲା ପାଇଁ  କୋଲକତା ଯାଇଥିବା NDRFର୧୬୭  ଯବାନଙ୍କ ମଧ୍ୟରୁ ୫୦ ଜଣଙ୍କ ନମୁନା  ପଜିଟିଭ ଆସିଛି।  ଉଦ୍ଧାର କାର୍ଯ୍ୟ ପରେ ସେମାନେ ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏହି ସମୟ ଭିତରେ ଜଣେ ଯବାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠା ଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ଅନ୍ୟ ସମସ୍ତଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା। ଏବେ ୪୯ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

Related story