ପୁଣି ତେଜିଲା ଡାକ୍ତର ପଦବୀ ପୂରଣ ଦାବି: ୧୨ ଘଣ୍ଟିଆ ବିନିକା ବନ୍ଦ

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ଡାକ୍ତର ପଦବୀ ପୂରଣ ପାଇଁ ଆଜି ବିନିକାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସ୍କୁଲ ଓ କଲେଜକୁ  ଛାଡ଼ି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଏଥିସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି।

ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶଙ୍କରା,ମହାଦେବପାଲି ଏବଂ ବାଙ୍କିଘିଡ଼ି ପ୍ରାଥମିକ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାକୁ ନେଇ ଗତ ୨୧ ତାରିଖରେ ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଥିଲା। ହେଲେ କିଛି ସୁଫଳ ମିଳି ନଥିଲା। ତେଣୁ ଆଜି ବିନିକା ଜନସାଧାରଣଙ୍କ ପକ୍ଷରୁ ପୁଣି ଥରେ ବନ୍ଦ ଡାକରା ଦିଆଯାଇଛି।

ଅନ୍ୟପକ୍ଷରେ ସମାନ ଦାବିକୁ ନେଇ ବିନିକା ସାମ୍ୱାଦିକ ସଂଘ ୧୯ ଦିନ ହେଲା ଧାରଣାରେ ବସିଛି।

ଏ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ବିନିକାର ଜନସାଧାରଣ କହିଛନ୍ତି।

Ordigital Desk
• Published: Friday, 24 August 2018
• Updated: 24 August 2018, 05:45 AM IST

Sports

Latest News

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ଡାକ୍ତର ପଦବୀ ପୂରଣ ପାଇଁ ଆଜି ବିନିକାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସ୍କୁଲ ଓ କଲେଜକୁ  ଛାଡ଼ି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଏଥିସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି।

ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶଙ୍କରା,ମହାଦେବପାଲି ଏବଂ ବାଙ୍କିଘିଡ଼ି ପ୍ରାଥମିକ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାକୁ ନେଇ ଗତ ୨୧ ତାରିଖରେ ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଥିଲା। ହେଲେ କିଛି ସୁଫଳ ମିଳି ନଥିଲା। ତେଣୁ ଆଜି ବିନିକା ଜନସାଧାରଣଙ୍କ ପକ୍ଷରୁ ପୁଣି ଥରେ ବନ୍ଦ ଡାକରା ଦିଆଯାଇଛି।

ଅନ୍ୟପକ୍ଷରେ ସମାନ ଦାବିକୁ ନେଇ ବିନିକା ସାମ୍ୱାଦିକ ସଂଘ ୧୯ ଦିନ ହେଲା ଧାରଣାରେ ବସିଛି।

ଏ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ବିନିକାର ଜନସାଧାରଣ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos