ଟୋଲ ଆଦାୟକୁ ବିରୋଧ:୨ତାରିଖରେ ସମ୍ବଲପୁର ବନ୍ଦ
- Published: Saturday, 31 March 2018
- , Updated: 31 March 2018, 08:16 AM IST
<p>ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସର ରେଙ୍ଗାଲି ନୂଆଖୁରି ଗାଁ ଟୋଲ ପ୍ଲାଜାରୁ ଟୋଲ ଆଦାୟ ବନ୍ଦ ଓ ଟୋଲଗେଟ୍ ଉଚ୍ଛେଦ କରିବା ଦାବିରେ ଏପ୍ରିଲ ୨ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି ବନ୍ଦ ଡାକରା ଦେଇଛି। ଶିକ୍ଷାନୁଷ୍ଠାନ, ଆମ୍ବୁଲାନ୍ସ, ସ୍କୁଲ ବସ୍, ଓ କ୍ଷୀର ଗାଡ଼ିକୁ ବନ୍ଦରୁ ବାଦ୍ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।</p>
<p>ବରଗଡ଼ ଟୋଲ୍ ଗେଟରେ ବରଗଡ଼ ଲୋକଙ୍କୁ ଟୋଲ୍ ଛାଡ୍ କରାଯାଇଥିବାରୁ ସମ୍ବଲପୁରରେ ମଧ୍ୟ ସ୍ଥାନୀୟ ଲୋକଙ୍କଠାରୁ ଟୋଲ୍ ନିଆ ନ ଯାଉ ବୋଲି ଦାବି କରାଯାଇଛି । ଏ ସଂପର୍କରେ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।</p>