ସିଟି ହସ୍‌ପିଟାଲ ଦାବିରେ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାରରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍‌ପିଟାଲର ମାନ୍ୟତା ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା  ଯୋଗାଇବା ନିମନ୍ତେ  ଦାବି  ହୋଇ ଆସୁଛି। ହେଲେ ଏ ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ  ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା  ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଘାସି ସମାଜ ଓ ଅନ୍ୟାନ୍ୟ ସଙ୍ଗଠନ ମିଶି ଏହି ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଯୋଗୁ ଦୋକାନ ବଜାର,  ସ୍କୁଲ, କଲେଜ […]

jharsuguda

Jyoshna Pradhan
  • Published: Saturday, 03 August 2019
  • , Updated: 03 August 2019, 08:01 AM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାରରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍‌ପିଟାଲର ମାନ୍ୟତା ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା  ଯୋଗାଇବା ନିମନ୍ତେ  ଦାବି  ହୋଇ ଆସୁଛି। ହେଲେ ଏ ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ  ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା  ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଘାସି ସମାଜ ଓ ଅନ୍ୟାନ୍ୟ ସଙ୍ଗଠନ ମିଶି ଏହି ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଯୋଗୁ ଦୋକାନ ବଜାର,  ସ୍କୁଲ, କଲେଜ ଓ ବସ୍‌ ଚଳାଚଳ ବନ୍ଦ ରହିଛି।

ଝାରସୁଗୁଡ଼ାକୁ ଜିଲ୍ଲା ଗଠନ ହେବା  ଦିନଠାରୁ ମଙ୍ଗଳବଜାରରେ ଥିବା ଡାକ୍ତରଖାନାକୁ  ଜିଲ୍ଲା ଡାକ୍ତରଖାନାର ମାନ୍ୟତା ଦିଆଯାଇଥିଲା। ହେଲେ ଗତ ଦୁଇ ମାସ ହେବ ମଙ୍ଗଳବଜାରଠାରୁ ୭ କିମି ଦୂରରେ ଏକ ୬ ମହଲା ବିଶିଷ୍ଟ ନୂତନ କୋଠାକୁ  ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର ହୋଇଛି।  ତେବେ ମଙ୍ଗଳବଜାରରେ ଥିବା ଏହି ଡାକ୍ତରଖାନାର କୋଠା ଖାଲି ରହିଥିବାରୁ ଏହାକୁ ସିଟି ହସପିଟାଲ କରିବାକୁ ଦାବି ହୋଇଛି।

Related story