ରାସ୍ତା ଉପରେ ଓଲଟି ପଡ଼ିଲା ବସ୍‌

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭବାନିପାଲିଠାରେ ଆଜି ଭୋରରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଦ୍ୱୟଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦିଲଖୁସ୍‌ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ଝାରସୁଗୁଡ଼ାର ବ୍ରଜରାଜନଗରକୁ ଯାଉଥିଲା। ବସ୍‌ରେ ମୋଟ ୫୦ […]

accident

Jyoshna Pradhan
  • Published: Saturday, 27 July 2019
  • , Updated: 27 July 2019, 08:12 AM IST

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭବାନିପାଲିଠାରେ ଆଜି ଭୋରରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଗୁରୁତର ଦ୍ୱୟଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦିଲଖୁସ୍‌ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ଝାରସୁଗୁଡ଼ାର ବ୍ରଜରାଜନଗରକୁ ଯାଉଥିଲା। ବସ୍‌ରେ ମୋଟ ୫୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

Related story