ଭଞ୍ଜନଗରରେ ବି ଅଜଣା ଜନ୍ତୁ, ନେଲା ୧୨ ମେଣ୍ଢାଙ୍କ ଜୀବନ

ଭଞ୍ଜନଗର: ନିଆଳି ପରେ ଜଗତସିଂହପୁର ଏବେ ଭଞ୍ଜନଗର। ସବୁଠି ଅଜଣା ଜନ୍ତୁର ଆତଙ୍କ। ଟାର୍ଗେଟରେ ସେହି ନିରୀହ ମେଣ୍ଢା। ଗତକାଲି ଏପରି ଅଭିଯୋଗ ଆସିଛି ଭଞ୍ଜନଗରର ବଡ଼ପଥରା ଗାଁରୁ। ରାତିର ଅନ୍ଧାରରେ ଅଜଣା ଜନ୍ତୁ ଆକ୍ରମଣର ଶିକାର ହୋଇଛନ୍ତି ୧୨ ମେଣ୍ଢା। ଅଜଣା ଜନ୍ତୁଟି ମେଣ୍ଢାଙ୍କ ବେକରେ ଦାନ୍ତ ଫୁଟାଇ ମାରିଥିବା ଜଣାପଡ଼ିଛି। ନିଆଳିରେ ପ୍ରଥମେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଥିଲା। ସେଠାରେ ଶତାଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ମହାକାଳପଡ଼ାରେ […]

niali

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 02:00 PM IST

ଭଞ୍ଜନଗର: ନିଆଳି ପରେ ଜଗତସିଂହପୁର ଏବେ ଭଞ୍ଜନଗର। ସବୁଠି ଅଜଣା ଜନ୍ତୁର ଆତଙ୍କ। ଟାର୍ଗେଟରେ ସେହି ନିରୀହ ମେଣ୍ଢା। ଗତକାଲି ଏପରି ଅଭିଯୋଗ ଆସିଛି ଭଞ୍ଜନଗରର ବଡ଼ପଥରା ଗାଁରୁ। ରାତିର ଅନ୍ଧାରରେ ଅଜଣା ଜନ୍ତୁ ଆକ୍ରମଣର ଶିକାର ହୋଇଛନ୍ତି ୧୨ ମେଣ୍ଢା। ଅଜଣା ଜନ୍ତୁଟି ମେଣ୍ଢାଙ୍କ ବେକରେ ଦାନ୍ତ ଫୁଟାଇ ମାରିଥିବା ଜଣାପଡ଼ିଛି।

ନିଆଳିରେ ପ୍ରଥମେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଥିଲା। ସେଠାରେ ଶତାଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଅଜଣା ଜନ୍ତୁଙ୍କୁ ଧରିବାରେ ବନ ବିଭାଗ ବିଫଳ ହୋଇଛି।

Related story