୧୨ ଘଣ୍ଟିଆ ବନ୍ଦ ପରେ କଂଗ୍ରେସର ସମୂହ ଦୀପଦାନ

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ରାଜ୍ୟବ୍ୟାପୀ ୧୨ଘଣ୍ଟିଆ ବନ୍ଦ ପାଳନ ପରେ ସଂଧ୍ୟାରେ ରାମ ମନ୍ଦିର ସାମ୍ନାରେ ଉଜାଗର, ଉପବାସ ଏବଂ ସମୂହ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ରାଜ୍ୟ କଂଗ୍ରେସ୍। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ସହ ପ୍ରଭାରୀ ଶୁଭଙ୍କର ସରକାର, ଭକ୍ତଚରଣ ଦାସ, ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ। ସାମୂହିକ […]

congress

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 01:12 AM IST

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ରାଜ୍ୟବ୍ୟାପୀ ୧୨ଘଣ୍ଟିଆ ବନ୍ଦ ପାଳନ ପରେ ସଂଧ୍ୟାରେ ରାମ ମନ୍ଦିର ସାମ୍ନାରେ ଉଜାଗର, ଉପବାସ ଏବଂ ସମୂହ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ରାଜ୍ୟ କଂଗ୍ରେସ୍। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ସହ ପ୍ରଭାରୀ ଶୁଭଙ୍କର ସରକାର, ଭକ୍ତଚରଣ ଦାସ, ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ। ସାମୂହିକ ଦୀପଦାନ ପରେ ଆରମ୍ଭ ହୋଇଥିଲା ଭଜନସଂଧ୍ୟା। ତା'ସହ ସଂକୀର୍ତ୍ତନ ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ବହୁ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିଲେ। ଚାଲିଥିବା ନବକଳେବର କାର୍ଯ୍ୟ ଏବଂ ରଥଯାତ୍ରାରେ ଏଣିକି ଯେମିତି ଆଉ କୌଣସି ବିଭ୍ରାଟ ନହୁଏ, ସେଥିପାଇଁ ଭଗବାନଙ୍କଠାରେ ଦଳୀୟ ନେତା ମାନେ ପ୍ରାର୍ଥନା କରିବା ସହ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

Related story