ଓମାନ୍‌ରେ ବନ୍ଦୀ ଜୀବନ ବିତାଉଛନ୍ତି ୧୨ ଓଡ଼ିଆ, ଫେରାଇ ଆଣିବାକୁ କଲେ ଆକୁଳ ନିବେଦନ

Ordigital Desk
  • Published: Thursday, 15 February 2018
  • , Updated: 15 February 2018, 05:58 PM IST
<p>ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): &nbsp;ଭିସା ଅବଧି ସରିଯିବାରୁ ଭାରତ ଫେରି ନପାରି ଓମାନ୍&zwnj;ରେ ଫସି ରହିଛନ୍ତି ୧୨ ଜଣ ଓଡ଼ିଆ ଶ୍ରମିକ। ୪ ମାସ ହେବ ସେମାନେ ସେଠାରେ ବନ୍ଦୀଙ୍କ ପରି ଜୀବନ ବିତାଉଛନ୍ତି। ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବାକୁ ଏକ ଭିଡିଓ ମାଧ୍ୟମରେ ସେମାନେ ଆକୁଳ ନିବେଦନ କରିଛନ୍ତି।</p> <p>ଏହି ଶ୍ରମିକମାନେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଆଙ୍କୁଲାପଦର, ପାଳଧୁଆପାଲି, ଅରଖଡିହ, ସାରୁବାରିପଦର, ଚିଲିକା ବ୍ଲକ୍ ଗୋପିନାଥପୁର ଓ ଗଞ୍ଜାମ ଜିଲ୍ଲା କାଦଶ୍ୱର ଅଞ୍ଚଳର। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ସେମାନଙ୍କ ପରିବାର ଲୋକେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି।</p> <p>ମିଳିଥିବା ସୂଚନା ଅନୁସାରେ, ରୋଜଗାର ଆଶାରେ ୪ବର୍ଷ ତଳେ ଠିକାଦାର ସହ ଓମାନ୍ ଯାଇଥିଲେ ଏହି ଶ୍ରମିକମାନେ। ସେଠାରେ ସେମାନେ ମସ୍କଟ୍ ସ୍ଥିତି ହୁସେନ ହାବିଲ୍ ଆଣ୍ଡ୍ ପାର୍ଟନର୍ସ କମ୍ପାନୀରେ କାମ କରୁଥିଲେ। ଗତ ଅକ୍ଟୋବରରୁ ସେମାନଙ୍କ ଭିସା ଅବଧି ସରିଯାଇଛି। କମ୍ପାନୀ ମଧ୍ୟ ଭିସା ନବୀନକରଣ ପାଇଁ କୌଣସି ପଦକ୍ଷେପ ନେଉନାହିଁ। ତେଣୁ ପୋଲିସ ଭୟରେ ୪ ମାସ ହେବ ସେମାନେ ସେଠାରେ ବନ୍ଦୀ ଭଳି ଜୀବନ ବିତାଉଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି।</p> <p>ଓମାନ୍&zwnj;ରୁ ଏହି ଯୁବକମାନେ ପଠାଇଥିବା ମୋବାଇଲ ଭିଡିଓ ଦେଖନ୍ତୁ।</p>

Related story