ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧୩ ‘କରୋନା’ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୮ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ଥିବା ବେଳେ ୫ଜଣ ଲୋକାଲ କେସ୍ ବୋଲି ଜଣାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 2nd July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/WIUC9NdZgy— BMC (@bmcbbsr) July 2, 2020
ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ଦୁଇ ଜଣ ମହିଳା ଅଛନ୍ତି। ଟଙ୍କପାଣି ରୋଡ ଅଞ୍ଚଳରୁ ୫ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ନୂଆଗାଁ ଅଞ୍ଚଳରୁ ଦୁଇ ଜଣ, ୟୁନିଟ-୧ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ହୋଇଥିବା ୫ ଲୋକାଲ କେସ ମଧ୍ୟରୁ ଜଣେ ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷୀୟ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମଟାଙ୍ଗି ଅଞ୍ଚଳରୁ ଜଣେ ଯୁବକ, ସାଲିଆସାହିର ଜଣେ ରେଲୱେ ଷ୍ଟାଫ୍ ଓ ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି ଓ ନୀଳଚକ୍ର ନଗରର ଜଣେ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଡୋଇଥିବା ସେମାନଙ୍କ ମଧ୍ୟରୁ ୨୦୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ମାନେ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। କରୋନାରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି।