ଆଉ ୧୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, କେଉଁ ଜିଲ୍ଲାରେ କେତେ ପଢ଼ନ୍ତୁ

ସୁନ୍ଦରଗଡ଼(ବିଜୟ ବରୁଆ): ରାଜ୍ୟରେ ଆଉ ୧୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲା ଅଞ୍ଚଳର। ସେମାନଙ୍କ ଭିତରୁ ୪ ଜଣ ରାଉରକେଲା ଅଞ୍ଚଳର ହୋଇଥିବା ବେଳେ ୮ ଜଣ ଟାଙ୍ଗରପାଲି ବ୍ଲକ ମଙ୍ଗଶପୁର ଓ ଜଣେ ଲେପ୍ରିପଡ଼ା ବ୍ଲକ ଦର୍ଲିପାଲି ଗାଁର। ସମସ୍ତେ ମୁମ୍ୱାଇରୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ରକ୍ତ ଓ ସ୍ୱାବ ଟେଷ୍ଟ ପରେ ସେମାନଙ୍କୁ ‘କରୋନା’ ହୋଇଥିବା ଜଣାପଡ଼ିଛି। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଗଣମାଧ୍ୟମକୁ […]

coro

Manoranjan Sial
  • Published: Friday, 29 May 2020
  • , Updated: 29 May 2020, 10:47 PM IST

ସୁନ୍ଦରଗଡ଼(ବିଜୟ ବରୁଆ): ରାଜ୍ୟରେ ଆଉ ୧୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲା ଅଞ୍ଚଳର। ସେମାନଙ୍କ ଭିତରୁ ୪ ଜଣ ରାଉରକେଲା ଅଞ୍ଚଳର ହୋଇଥିବା ବେଳେ ୮ ଜଣ ଟାଙ୍ଗରପାଲି ବ୍ଲକ ମଙ୍ଗଶପୁର ଓ ଜଣେ ଲେପ୍ରିପଡ଼ା ବ୍ଲକ ଦର୍ଲିପାଲି ଗାଁର। ସମସ୍ତେ ମୁମ୍ୱାଇରୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ରକ୍ତ ଓ ସ୍ୱାବ ଟେଷ୍ଟ ପରେ ସେମାନଙ୍କୁ ‘କରୋନା’ ହୋଇଥିବା ଜଣାପଡ଼ିଛି। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏମାନଙ୍କୁ ମୁଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୮ରେ ପହଞ୍ଚି।

ଆଜି ଗୋଟିଏ ଦିନରେ ଏମାନଙ୍କୁ ମିଶାଇ ରାଜ୍ୟରେ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକାଳେ ୬୩ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାତିରେ ନୂଆପଡ଼ା ଜିଲ୍ଲାରୁ ୧୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ରାଜ୍ୟର ଚିତ୍ରକୁ ଦେଖିଲେ ଆଜି ସୁଦ୍ଧାରେ ‘କରୋନା’ରେ ୧୭୫୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୬୨ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Related story