କ୍ୟାପିଟାଲ ହସ୍ପିଟାଲର ୧୩୦ କର୍ମଚାରୀଙ୍କୁ କରୋନା, ଓପିଡି ସମୟ ହ୍ରାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ୪୦ଜଣ ଡାକ୍ତରଙ୍କ ସମେତ ମୋଟ ୧୩୦ଜଣ କର୍ମଚାରୀ ବୁଧବାର କରୋନା ସଂକ୍ରମିତ ହେବା ପରେ ଓପିଡି (ବର୍ହିବିଭାଗ ରୋଗୀ ସେବା)ର ସମୟକୁ ହ୍ରାସ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଏ ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ହସ୍ପିଟାଲର ପ୍ରାୟ ୧୩୦ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ୪୦ଜଣ ଡାକ୍ତରଙ୍କ ସମେତ ୩୦ଜଣ ନର୍ସ, ୪୦ଜଣ ଟେକନିସିଆନ୍ ଓ ୧୦ରୁ ୧୫ଜଣ ଫାର୍ମାସିଷ୍ଟ ସଂକ୍ରମିତ […]

Capital Hospital

Ordigital Desk
  • Published: Wednesday, 19 January 2022
  • , Updated: 19 January 2022, 08:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ୪୦ଜଣ ଡାକ୍ତରଙ୍କ ସମେତ ମୋଟ ୧୩୦ଜଣ କର୍ମଚାରୀ ବୁଧବାର କରୋନା ସଂକ୍ରମିତ ହେବା ପରେ ଓପିଡି (ବର୍ହିବିଭାଗ ରୋଗୀ ସେବା)ର ସମୟକୁ ହ୍ରାସ କରାଯାଇଛି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଏ ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ହସ୍ପିଟାଲର ପ୍ରାୟ ୧୩୦ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ୪୦ଜଣ ଡାକ୍ତରଙ୍କ ସମେତ ୩୦ଜଣ ନର୍ସ, ୪୦ଜଣ ଟେକନିସିଆନ୍ ଓ ୧୦ରୁ ୧୫ଜଣ ଫାର୍ମାସିଷ୍ଟ ସଂକ୍ରମିତ ହୋଇଛନ୍ତି। ଏତେ ସଂଖ୍ୟକ କର୍ମଚାରୀ ସଂକ୍ରମିତ ହେବା ପରେ ଓପିଡିର ସମୟସୀମାକୁ ହ୍ରାସ କରାଯାଇଛି। ଏହା କେବଳ ସକାଳ ୮ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ ଓ ରୋଗୀଙ୍କୁ ଆବଶ୍ୟକ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ହସ୍ପିଟାଲ ପକ୍ଷରୁ ଟେଲିମେଡିସିନ ସେବା ଆରମ୍ଭ କରାଯାଇ ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଗତ ସପ୍ତାହରେ ହସ୍ପିଟାଲର ଡାକ୍ତରଙ୍କ ସମେତ ମୋଟ ୩୦ରୁ ଅଧିକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ ଗତ ସପ୍ତାହରେ ପ୍ରାୟ ୨୫୦ଜଣ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ କରୋନା ସଂକ୍ରମିତ ହେବାରୁ ଓପିଡିକୁ ବନ୍ଦ କରି ଦିଆଯାଇଥିଲା।

Related story