ଏନ୍‌ଏଚ୍‌ରେ ଛିଡ଼ି ପଡ଼ିଲା ୧୩୨କେଭି ତାର

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବିଟିଏମ୍ ଛକ ନିକଟରେ ଆଜି ଏକ ୧୩୨କେଭି ତାର ଛିଡିପଡ଼ିଛି। ହେଲେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ରାସ୍ତା ଉପରେ ବିଦ୍ୟୁତ୍‌ ତାର ପଡ଼ିଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ରାସ୍ତାରେ ତାର ଛିଡ଼ି ପଡ଼ିଥିଲେ ବି ବିଦ୍ୟୁତ୍‌ କର୍ମଚାରୀଙ୍କ ଦେଖାନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା […]

line00

Tapaswini Nayak
  • Published: Saturday, 15 February 2020
  • , Updated: 15 February 2020, 02:32 PM IST

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବିଟିଏମ୍ ଛକ ନିକଟରେ ଆଜି ଏକ ୧୩୨କେଭି ତାର ଛିଡିପଡ଼ିଛି। ହେଲେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ରାସ୍ତା ଉପରେ ବିଦ୍ୟୁତ୍‌ ତାର ପଡ଼ିଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ରାସ୍ତାରେ ତାର ଛିଡ଼ି ପଡ଼ିଥିଲେ ବି ବିଦ୍ୟୁତ୍‌ କର୍ମଚାରୀଙ୍କ ଦେଖାନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନେ ଏକ ନିର୍ବନ୍ଧ କାର୍ଯ୍ୟ ପାଇଁ ଯାଉଥିବା ବେଳେ ବସ୍‌ଟି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ୪ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ତା’ସହିତ ବସ୍ ଡ୍ରାଇଭର ଗଗନ ନାୟକଙ୍କୁ ଗିରଫ କରାଯାଇଛି।

ଏପରି ଘଟଣା ବାରମ୍ବାର ଘଟି ଧନଜୀବନ ହାନୀ ହେଉଥିବା ସତ୍ତ୍ୱେ ତ୍ରୁଟି ସୁଧାରିବାକୁ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଉନାହିଁ।

Related story