୧୩୫ଟି ସ୍କୁଲରେ ପଡିବ ତାଲା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ପ୍ରାଥମିକ ଶିକ୍ଷାକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ପ୍ରତିବର୍ଷ ରାଜ୍ୟ ସରକାର ଏକାଧିକ ନୀତି ପ୍ରଣୟନ କରିଛନ୍ତି। ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସ୍କୁଲ ଘର ସହ ମାଗଣାରେ ମଧ୍ୟାହ୍ନ ଭୋଜନ, ପୋଷାକ, ବହି ସହିତ ବିଭିନ୍ନ ଭତ୍ତା ବି ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ୱେ ବିଭିନ୍ନ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା କମୁଛି। ଫଳରେ […]

school-close

school-close

Jitendra Garnayak
  • Published: Saturday, 21 November 2020
  • Updated: 21 November 2020, 05:46 PM IST

Sports

Latest News

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ପ୍ରାଥମିକ ଶିକ୍ଷାକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ପ୍ରତିବର୍ଷ ରାଜ୍ୟ ସରକାର ଏକାଧିକ ନୀତି ପ୍ରଣୟନ କରିଛନ୍ତି। ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସ୍କୁଲ ଘର ସହ ମାଗଣାରେ ମଧ୍ୟାହ୍ନ ଭୋଜନ, ପୋଷାକ, ବହି ସହିତ ବିଭିନ୍ନ ଭତ୍ତା ବି ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ୱେ ବିଭିନ୍ନ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା କମୁଛି। ଫଳରେ ବୌଦ୍ଧ ଜିଲ୍ଲାରେ ୧୩୫ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାଜୁ ଜିଲ୍ଲା ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ସଭିଏଁ ପଢିବେ ସଭିଏଁ ବଢ଼ିବେ। ରାଜ୍ୟ ସରକାର ଦେଇଥିବା ଏ ସ୍ଲୋଗାନ ଏବେ ଅଟକି ଯାଇଛି । ସରକାର ନିଜେ ଖୋଲିଥିବା ସ୍କୁଲ ନିଜେ ବନ୍ଦ କରିବାକୁ ଯାଉଛନ୍ତି। ୨୦ରୁ କମ ପିଲା ଦର୍ଶାଇ  ପ୍ରାଥମିକ ସ୍କୁଲ ଓ ୪୦ରୁ କମ ପିଲା ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଇ କ୍ରମରେ ବୌଦ୍ଧ ଜିଲ୍ଲାରେ ଚଳିତ ୨୦୨୦-୨୦୨୧ ଶିକ୍ଷା ବର୍ଷରେ ୧୩୫ ଗୋଟି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶିକ୍ଷା ବିଭାଗ।

ଫଳରେ ଏବେ ଗ୍ରାମଞ୍ଚଲରେ ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ସରକାର ଏନେଇ ପୂର୍ନବିଚାର କରିବାକୁ ଅଭିଭାକମାନେ ଦାବି କରିଛନ୍ତି । ଯଦି ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନକରନ୍ତି ତେବେ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ।

ବୌଦ୍ଧ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉପାନ୍ତ ଅଞ୍ଚଳର ଶତାଧିକ ସ୍କୁଲ ବନ୍ଦ ହେଉଥିବା ଜଣାପଡିବା ପରେ ଅଭିଭାବକ ଓ ଶିକ୍ଷବିତ ମହଲରେ ଉଦବେଗ ଦେଖାଦେଇଛି। ଦିନକୁ ଦିନ ପ୍ରାଥମିକ ଶିକ୍ଷା ଭୁଶୁଡୁ ଥିବା ବେଳେ ଏହା ଆହୁରି ତଳକୁ ଯିବ।

ବିଶେଷ କରି ଗାଁ ମାନଙ୍କରେ ସରକାର ଯେଉଁ ଶିକ୍ଷା ଦାନ କଥା କହି କୋଟି କୋଟି ଟଙ୍କାର ସ୍କୁଲ ଘର ନିର୍ମାଣ କାର୍ଯ୍ୟ କରିଥିଲେ ଓ ଶିକ୍ଷକ ନିଯୁକ୍ତି ଦେଇଛନ୍ତି, ତାହା ଏବେ ଫେଲ ମାରିଛି। ଅନେକ ସ୍ଥାନରେ ପିଲା ଅଧାରେ ପାଠ ଛାଡ଼ୁଛନ୍ତି। ସେପଟେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ସରକାରଙ୍କ ଗାଇଡ ଲାଇନ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos