ବ୍ରଜରାଜନଗର: ନିୟୋଜିତ ହେବେ ୧୩୯୬ ଜଣ ପୁଲିଂ କର୍ମଚାରୀ, ୫୦% ବୁଥରେ ହେବ ୱେବକାଷ୍ଟିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ତାରିଖରେ ହେବାକୁ ଥିବା ଭୋଟଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଉପନିର୍ବାଚନରେ ମୋଟ ୨ଲକ୍ଷ ୧୫ହଜାର ୮୭୮ଜଣ ଭୋଟର ୨୭୯ଟି ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ନିମନ୍ତେ ୫୦% ବୁଥରେ ୱେବକାଷ୍ଟିଂ ମଧ୍ୟ କରାଯିବ । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ […]

Sushil Kumar Lohani

Sushil Kumar Lohani

Ordigital Desk
  • Published: Friday, 20 May 2022
  • Updated: 20 May 2022, 08:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ତାରିଖରେ ହେବାକୁ ଥିବା ଭୋଟଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଉପନିର୍ବାଚନରେ ମୋଟ ୨ଲକ୍ଷ ୧୫ହଜାର ୮୭୮ଜଣ ଭୋଟର ୨୭୯ଟି ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ନିମନ୍ତେ ୫୦% ବୁଥରେ ୱେବକାଷ୍ଟିଂ ମଧ୍ୟ କରାଯିବ ।

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୩୧ତାରିଖରେ ଭୋଟଗ୍ରହଣ ଓ ଜୁନ୍ ୩ରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉପନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ପଞ୍ଜାବ କ୍ୟାଡ଼ରର ୨୦୧୦ ବ୍ୟାଚ୍ ଆଇଏଏସ ମାଧବୀ କଟରିଆ ଓ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ୨୦୦୮ ବ୍ୟାଚ୍ ଆଇଆରଏସ୍ ଏନ ଅଶୋକ ବାବୁ ଜିଲ୍ଲାରେ ପହଞ୍ଚି ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ୩ କମ୍ପାନୀ କେନ୍ଦ୍ରୀୟ ପୁଲିସ ବଳ ଜିଲ୍ଲାରେ ମୁତୟନ ହୋଇଛନ୍ତି । ନିର୍ବାଚନ ମଇଦାନରେ ମୋଟ ୧୧ଜଣ ପ୍ରାର୍ଥୀ ଅଛନ୍ତି ।

କୋଭିଡ୍ ଦୃଷ୍ଟିରୁ ପ୍ରତ୍ୟେକ ବୁଥରେ ସର୍ବାଧିକ ୧୨୫୦ଜଣ ଭୋଟର ମତଦାନ କରିବାର ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଅଧିକ ବୟସର ଭୋଟରଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା ହୋଇଛି । ପୋଷ୍ଟାଲ ବାଲାଟ ପାଇଁ ୫୨୫ଜଣଙ୍କ ମଧ୍ୟରୁ ୩୨୫ଜଣ ଭୋଟର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁଲିଂ କର୍ମଚାରୀଙ୍କ ସହ ପୁଲିସ, ମାଇକ୍ରୋ ଅବଜର୍ଭର, ଭିଡିଓପ୍ରାଫର ଓ ପ୍ରାର୍ଥୀଙ୍କ ଏଜେଂଟ ଘରକୁ ଘର ବୁଲି ପୋଷ୍ଟାଲ ବାଲାଟ୍ ଭୋଟ୍ ଆଣିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କରିଛନ୍ତି ।

ଏହି ନିର୍ବାଚନରେ ମୋଟ ୧୩୯୬ଜଣ ପୁଲିସଂ କର୍ମଚାରୀ ନିୟୋଜିତ ହେବେ । ଗୋଟିଏ ବୁଥ ପାଇଁ ପୁଲିଂ ଦଳରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୩ଜଣ ପୁଲିଂ ଅଫିସର ରହି ସୁରୁଖୁରୁରେ ମତଦାନ ଗ୍ରହଣ କରିବେ । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲଠାରେ ଭୋଟଗ୍ରହଣ ନିମନ୍ତେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ମତଦାନ ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗ୍ରହଣ କେନ୍ଦ୍ର ସହ ଷ୍ଟ୍ରଙ୍ଗରୁମ୍ ସ୍ଥାପନା ଓ ଭୋଟଗଣତି କେନ୍ଦ୍ର କରାଯାଇଛି । ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚର ତଦାରଖ ନିମନ୍ତେ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବିଭିନ୍ନ ସର୍ଭିଲାନ୍ସ ଟିମ୍ ଯଥା- ୨ଟି ଭିଏସଟିଏସ , ୫ଟି ଏସଏସଟି, ଗୋଟିଏ ଭିଭିଟି, ୬ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ୍ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।

ସେହିପରି ମୋଟ ୨୭୯ଟି ବୁଥ ମଧ୍ୟରୁ ୩୦ଟି ବୁଥକୁ ‘ମଡେଲ ବୁଥ‘ କରାଯାଇଛି । ୫ଟି ବୁଥକୁ ପିଙ୍କ ବୁଥ କରାଯାଇଛି, ଏଥିରେ ସମସ୍ତ କର୍ମଚାରୀ ମହିଳା ଅଛନ୍ତି । । ଦୃଷ୍ଟିବାଧିତ ଭୋଟରଙ୍କ ମତଦାନ ପାଇଁ ବ୍ରେଲିଡମୀ ବାଲାଟ୍ ପେପରର ବ୍ୟବସ୍ଥା ହୋଇଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରରେ ଆବଶ୍ୟକ ପାନୀୟ ଜଳ ର ବନ୍ଦୋବସ୍ତ ହୋଇଛି । ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ଭୋଟଗ୍ରହଣ ଦିନକୁ ସବୈତିନିକ ଛୁଟିଦିବସ ଭାବେ ଘୋଷଣା କରାଯାଇଛି ।

ଭୋଟଗ୍ରହଣ ଦିନ ସମସ୍ତ ଭୋଟରଙ୍କ ନିମନ୍ତେ ଥର୍ମାଲ ସ୍କାନିଂ, ହାତ ସାନିଟାଇଜ୍ , ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story