ଭୁବନେଶ୍ୱରରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ଲୋକାଲ୍‌ କେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ଆଉ ୧୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣ ଲୋକାଲ କେସ୍‌ ଥିବା ବେଳେ ୪ କ୍ୱାରେଣ୍ଟାଇନ୍‌ରେ ଥିଲେ। ‘କରୋନା’ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। Update on newly detected & cured #COVID19 cases in the last 24 hrs under the BMC area […]

coronavirus-in-asia

Manoranjan Sial
  • Published: Monday, 13 July 2020
  • , Updated: 13 July 2020, 04:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ଆଉ ୧୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣ ଲୋକାଲ କେସ୍‌ ଥିବା ବେଳେ ୪ କ୍ୱାରେଣ୍ଟାଇନ୍‌ରେ ଥିଲେ। ‘କରୋନା’ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

https://twitter.com/bmcbbsr/status/1282613652000870402?s=20

ଆଜି ଖୋର୍ଦ୍ଧା ଜିଲ୍ଲାରେ ୨୯ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ବିଏମ୍‌ସି ଅଞ୍ଚଳରୁ ୧୪ ଜଣ ଅଛନ୍ତି। ସେଥିରୁ କାନନବିହାର ଫେଜ -୨ରୁ ଜଣେ ୭୫ ବର୍ଷୀୟା ମହିଳା, ବମିଖାଲ ଜୟଦେବନଗରରୁ ଜଣେ ୩୦ ବର୍ଷର ପୁରୁଷ, ନୟାପଲ୍ଲୀ ମହିମା ଢ଼ାବା ନିକଟରୁ ଜଣେ, IRC ଭିଲେଜରୁ ଜଣେ, ଗଙ୍ଗନଗରରୁ ଜଣେ ମହିଳା, ୟୁନିଟ-୮ରୁ ଜଣେ ସରକାରୀ ଅଫିସ୍‌ ଡ୍ରାଇଭର, ୟୁନିଟ-୫ ରାଧାକୃଷ୍ଣ ତଳ ବସ୍ତିରୁ ଜଣେ ବର୍ଷକର ଶିଶୁକନ୍ୟା, ୟୁନିଟ୍-୯ରୁ ଜଣେ ୩୨ ବର୍ଷୀୟ ଯୁବକ, ଜଣେ ସରକାରୀ ଓ ଜଣେ ଘରୋଇ ମେଡିକାଲ ମହିଳା କର୍ମଚାରୀ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବିଏମ୍‌ସି ଅଞ୍ଚଳରୁ ଆଜି ସୁଦ୍ଧା ୭୧୮ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୫୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Related story