‘ଏଣିକି ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍’‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହେବାପରେ ଓଡ଼ିଶା ସରକାର ଆଜି ନୂଆ କଟକଣା ଜାରି କରିଛନ୍ତି । ପଶ୍ଚିମବଙ୍ଗରୁ ଆସୁଥିବା ଯେକୌଣସି ଲୋକ ଓଡ଼ିଶା ଆସିଲେ ସେ ବାଧ୍ୟତାମୂଳକ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ । ବ୍ଲକରେ ବିଡିଓ ଓ ସହରାଂଚଳରେ ପୌର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆନୁଷ୍ଠାନିକ କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି […]

corona.jpg2

corona.jpg2

Manoranjan Sial
  • Published: Thursday, 22 April 2021
  • Updated: 22 April 2021, 08:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହେବାପରେ ଓଡ଼ିଶା ସରକାର ଆଜି ନୂଆ କଟକଣା ଜାରି କରିଛନ୍ତି । ପଶ୍ଚିମବଙ୍ଗରୁ ଆସୁଥିବା ଯେକୌଣସି ଲୋକ ଓଡ଼ିଶା ଆସିଲେ ସେ ବାଧ୍ୟତାମୂଳକ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ । ବ୍ଲକରେ ବିଡିଓ ଓ ସହରାଂଚଳରେ ପୌର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆନୁଷ୍ଠାନିକ କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ।

ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହେବାପରେ ରାଜ୍ୟ ସରକାର ଅଧିକ ସର୍ତକତା ଅବଲମ୍ବନ କରିଛନ୍ତି। ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳମାନଙ୍କୁ ସମସ୍ତ ମାର୍ଗକୁ ତୁରନ୍ତ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମାରେ ଯେପରି କୌଣସି ବି ମାର୍ଗରେ ପଶ୍ଚିମବଙ୍ଗରୁ ଲୋକେ ଆସିନପାରିବେ ସେଥିପାଇଁ ଆବଶ୍ୟକ କଡ଼ାକଡ଼ି ପୁଲିସ ବ୍ୟବସ୍ଥା କରିବାକୁ କୁହାଯାଇଛି। ଯଦି କେହି ପଶ୍ଚିମବଙ୍ଗରୁ ଦୁଇଚକିଆ, ଚାରି ଚକିଆ ଯାନରେ ଓଡ଼ିଶା ସୀମାରେ ପ୍ରବେଶ କରେ ତାଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟର(ଟିଏମସି)ରେ ବାଧ୍ୟତାମୂଳକ ଭାବେ ୧୪ଦିନ ରହିବାକୁ ପଡ଼ିବ। କ୍ଲଷ୍ଟର ଟିଏମସିରେ ଆବଶ୍ୟକ ସୁବିଧାସୁଯୋଗ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଲୋକମାନେ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟ ଦେଇ ଓଡ଼ିଶା ଆସୁଥିବା ଲୋକଙ୍କୁ ମଧ୍ୟ ଓଡ଼ିଶାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଯଦି କେହି ପଶ୍ଚିମବଙ୍ଗରୁ ଆସି କ୍ୱାରେଣ୍ଟାଇନରେ ନରହିଛି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଥାନୀୟ ୱାର୍ଡମେମ୍ବର, ସରପଂଚ ଓ ପଂଚାୟତିରାଜ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସଚେତନତା ସୃଷ୍ଟି କରିବା ସହ ସ୍ଥାନୀୟ ବିଡିଓ, ପୁଲିସ ଷ୍ଟେସନକୁ ଜଣାଇବାକୁ କୁହାଯାଇଛି।

ଯେଉଁସବୁ ଯାତ୍ରୀ ବିମାନରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ଆସିବେ ସେମାନେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ ବାଧ୍ୟ। ସେହିପରି ଯେଉଁ ବ୍ୟକ୍ତି ୨ଥର କୋଭିଡ୍ ଟୀକା ଡୋଜ୍ ନେଇସାରିଛନ୍ତି ଅବା ୪୮ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ପାଇଥିବେ ସେମାନଙ୍କୁ ନିଜ ଘରେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ଅନୁମତି ମିଳିବ। ଏହି ନିର୍ଦ୍ଦେଶନାମାକୁ ଯିଏ ଉଲ୍ଲଘଂନ କରିବ ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇଡ଼-୧୮୯୭ ଓ ଆଇପିସିର ଅନ୍ୟ ଧାରାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos