ଫୁଲିଗଲା ନାଳ, ସ୍କୁଲରୁ ଫେରିପାରିଲେନି ୧୪ ଛାତ୍ରଛାତ୍ରୀ

ବୌଦ୍ଧ (ଦୀପକ ଅଦର): ସ୍କୁଲ ଯିବା ବେଳକୁ ସବୁ କିଛି ଠିକ୍‌ଠାକ୍ ଥିଲା। ନାଳରେ ପାଣି ନଥିଲା। କିନ୍ତୁ ପାଠପଢ଼ି ଫେରିଲା ବେଳକୁ ନାଳରେ ଆସିଗଲା ବନ୍ୟା ପାଣି। ଉପାୟ ଶୂନ୍ୟ ହୋଇ ୧୪ ଛାତ୍ରଛାତ୍ରୀ କିଛି ସମୟ କୂଳରେ ବସି ରହିଲେ। ସନ୍ଧ୍ୟା ହେବାରୁ କିଛି ଛାତ୍ର ବନ୍ୟା ପାଣି ଭିତରେ ପଶି ଅପରପାର୍ଶ୍ୱକୁ ଯିବା ନିମନ୍ତେ ଦୁଃସାହାସ କରିଥିଲେ। ପ୍ରବଳ ସ୍ରୋତ ସେମାନଙ୍କ ସାଇକେଲ ଭସାଇ ନେଲା। ଜୀବନ ବଞ୍ଚାଇ ସେମାନେ ପଛକୁ ଫେରିଥିଲେ। […]

nadi

nadi

Niranjan Mishra
  • Published: Friday, 15 July 2022
  • Updated: 15 July 2022, 07:43 PM IST

Sports

Latest News

ବୌଦ୍ଧ (ଦୀପକ ଅଦର): ସ୍କୁଲ ଯିବା ବେଳକୁ ସବୁ କିଛି ଠିକ୍‌ଠାକ୍ ଥିଲା। ନାଳରେ ପାଣି ନଥିଲା। କିନ୍ତୁ ପାଠପଢ଼ି ଫେରିଲା ବେଳକୁ ନାଳରେ ଆସିଗଲା ବନ୍ୟା ପାଣି। ଉପାୟ ଶୂନ୍ୟ ହୋଇ ୧୪ ଛାତ୍ରଛାତ୍ରୀ କିଛି ସମୟ କୂଳରେ ବସି ରହିଲେ। ସନ୍ଧ୍ୟା ହେବାରୁ କିଛି ଛାତ୍ର ବନ୍ୟା ପାଣି ଭିତରେ ପଶି ଅପରପାର୍ଶ୍ୱକୁ ଯିବା ନିମନ୍ତେ ଦୁଃସାହାସ କରିଥିଲେ। ପ୍ରବଳ ସ୍ରୋତ ସେମାନଙ୍କ ସାଇକେଲ ଭସାଇ ନେଲା। ଜୀବନ ବଞ୍ଚାଇ ସେମାନେ ପଛକୁ ଫେରିଥିଲେ। ସବୁ ଆଶା ଛାଡ଼ି ସେମାନେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଏକ ଗ୍ୟାରେଜ ବାରଣ୍ଡାରେ ରାତି କାଟିଥିଲେ। ରାତି ପାହିବା ପରେ ପରିବାର ଲୋକେ ସେମାନଙ୍କୁ ନାଳ ପାର କରାଇ ଘରକୁ ନେଇ ଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ଡିଗିସିରା ଗାଁର ଛାତ୍ରଛାତ୍ରୀମାନେ ଏଭଳି ହିନସ୍ତା ହୋଇଛନ୍ତି।

ଏହି ଛାତ୍ରଛାତ୍ରୀମାନେ ଗୁରୁବାର ଲକ୍ଷ୍ମୀ ନାଳ ପାର ହୋଇ ଚାରିଛକ ସ୍ଥିତ ସ୍କୁଲକୁ ପଢ଼ିବାକୁ ଆସିଥିଲେ। ହେଲେ ସ୍କୁଲ ଛୁଟି ହେବା ପରେ ଘରକୁ ଫେରିବା ବେଳେ ଲକ୍ଷ୍ମୀ ନାଳରେ ଆସି ଯାଇଥିଲା ବନ୍ୟା ପାଣି। ଛାତ୍ରଛାତ୍ରୀମାନେ ଏହି ବନ୍ୟା ପାଣି ଭିତରେ ପଶି ଅପରପାର୍ଶ୍ୱକୁ ଯିବା ନିମନ୍ତେ ବିପଦ ମଣିଥିଲେ।

ଏମାନଙ୍କ ମଧ୍ୟରୁ ୨ ଜଣ ଦୁଃସାହାସ ଦେଖାଇ ବନ୍ୟା ପାଣି ଭିତରେ ପଶି ଯାଉଥିବା ବେଳେ ସେମାନଙ୍କ ସାଇକେଲ ବନ୍ୟା ପାଣିରେ ଭାସି ଯାଇଥିଲା। ତେଣୁ ଅଳ୍ପକେ ଜୀବନ ବଞ୍ଚାଇ ସେମାନେ ଅପରପାର୍ଶ୍ୱକୁ ଫେରି ଯାଇଥିଲେ। ସନ୍ଧ୍ୟା ହୋଇଯିବା ପରେ ନଦୀ ଅପରପାର୍ଶ୍ୱ ଜାତୀୟ ରାଜପଥ କଡରେ ଥିବା ଏକ ଗ୍ୟାରେଜ ବାରଣ୍ଡାରେ ଛାତ୍ରଛାତ୍ରୀମାନେ ରାତିରେ ଆଶ୍ରୟ ନେଇଥିଲେ।

ଆଜି ସକାଳେ ନାଳରେ ପାଣି ଓ ସ୍ରୋତ କମିବାରୁ ପରିବାର ଲୋକେ ଆସି ନିଜ ନିଜ ପିଲାଙ୍କୁ ସୁରକ୍ଷିତ ଭାବେ ନାଳ ପାର କରାଇ ଘରକୁ ନେଇଥିଲେ।

ଛାତ୍ରଛାତ୍ରୀମାନେ କହିଛନ୍ତି, କେବଳ ଗୋଟିଏ ଦିନ ନୁହେଁ, ଏମିତି ଅନେକ ଦିନ ସେମାନଙ୍କୁ ଏଭଳି ବିପଦକୁ ସାମ୍ନା କରିବାକୁ ପଡ଼ୁଛି। ପ୍ରଶାସନ ଏହି ନାଳ ଉପରେ ବ୍ରିଜ୍‌ଟିଏ ନିର୍ମାଣ କରିଦେଲେ ସେମାନଙ୍କ ଗମନାଗମନ ସମସ୍ୟା ସମାଧାନ ହୋଇପାରନ୍ତା। ହେଲେ ଏହି ଦାବିପ୍ରତି ପ୍ରଶାସନ ଦୃଷ୍ଟି ଦେଉନି। ବନ୍ୟା ପାଣିରେ ସାଇକେଲ ଭାସି ଯାଇଥିବା ଛାତ୍ରଛାତ୍ରୀମାନେ ପ୍ରଶାସନ ନିକଟରେ ସାଇକେଲ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ନଦୀ, ନାଳ, ପାହଡ଼ ଜଙ୍ଗଲ ଘେରା ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଭିଭାବକମାନେ ନିବେଦନ କରିଛନ୍ତି। ତେବେ ତାଜୁବର କଥା, ହରଭଙ୍ଗା ବିଡିଓ ସ୍ମିତାରାଣୀ ରଥ ଏହି ଗାଁର ସମସ୍ୟା ସଂପର୍କରେ କିଛି ଜାଣି ନଥିବା କହିଛନ୍ତି। ଏନେଇ ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story