ଆନ୍ଧ୍ରର ୧୪ଟି ଗାଁ ଲୋକଙ୍କ ଅନୁରୋଧ, ଆମେ ଓଡ଼ିଶାରେ ମିଶିବୁ

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର ଗାଁ ଗୁଡ଼ିକୁ ନିଜର ବୋଲି ଦାବି କରି ପଞ୍ଚାୟତ ନିର୍ବାଚନ କରିଛି। ଯାହାକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବା ବେଳେ ଏବେ ଆସିଛି ଆଉ ଏକ ରୋଚକ ଖବର। କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକକୁ ଲାଗିଥିବା ଆନ୍ଧ୍ରର ୧୪ଟି ଗାଁ ଏବେ ଓଡ଼ିଶାରେ ମିଶିବାକୁ ଅନୁରୋଧ କରିଛନ୍ତି। ଆନ୍ଧ୍ରପ୍ରଦେଶ ସାଲୁରୁ ନିର୍ବାଚନମଣ୍ଡଳୀର କୋଡ଼ମା ପଞ୍ଚାୟତ। ୧୪ଟି ଗାଁକୁ ନେଇ ଏହି […]

Koraput

Koraput

Manoranjan Sial
  • Published: Friday, 26 March 2021
  • Updated: 26 March 2021, 08:32 PM IST

Sports

Latest News

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର ଗାଁ ଗୁଡ଼ିକୁ ନିଜର ବୋଲି ଦାବି କରି ପଞ୍ଚାୟତ ନିର୍ବାଚନ କରିଛି। ଯାହାକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବା ବେଳେ ଏବେ ଆସିଛି ଆଉ ଏକ ରୋଚକ ଖବର। କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକକୁ ଲାଗିଥିବା ଆନ୍ଧ୍ରର ୧୪ଟି ଗାଁ ଏବେ ଓଡ଼ିଶାରେ ମିଶିବାକୁ ଅନୁରୋଧ କରିଛନ୍ତି।

ଆନ୍ଧ୍ରପ୍ରଦେଶ ସାଲୁରୁ ନିର୍ବାଚନମଣ୍ଡଳୀର କୋଡ଼ମା ପଞ୍ଚାୟତ। ୧୪ଟି ଗାଁକୁ ନେଇ ଏହି ପଞ୍ଚାୟତ ଗଠିତ। ହେଲେ ଦୁଃଖ ଓ ପରିତାପର ବିଷୟ ଏହି ସବୁ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଚାରି ଚକିଆ କଥା ଛାଡ଼ନ୍ତୁ, ମୋଟର ସାଇକଲ ଯାଇପାରୁନି। ଗାଁକୁ ଯଦି ରାସ୍ତା ନାହିଁ, ତାହାହେଲେ ବିକାଶ କେମିତି ପହଞ୍ଚିବ ତାହା ସମସ୍ତଙ୍କୁ ଜଣା। ଗାଁରେ କୌଣସି ବ୍ୟକ୍ତି ରୋଗରେ ପଡ଼ିଲେ, ତାକୁ ଭାରରେ ବୋହି ମେଡିକାଲ୍‌ ନେବାକୁ ପଡ଼ୁଛି। ଏନେଇ ଗାଁ ଲୋକେ ବହୁବାର ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ ଗୁହାରି କରି କରି ହାଲିଆ ହେଲେଣି। ହେଲେ ଆନ୍ଧ୍ର ସରକାରଙ୍କ ଉଦାସୀନତା ଯୋଗୁ ରାସ୍ତା ତିଆରି ହୋଇପାରୁନି। ସେଥିପାଇଁ ସେମାନେ ଓଡ଼ିଶାରେ ମିଶିବାକୁ ମନ ବଳାଇଲେଣି।

ସ୍ଥାନୀୟ ବାସିନ୍ଦା କ୍ରିଷ୍ଣା ସିଦାରାପୁ କହିଛନ୍ତି-“ଗାଁକୁ ଯିବା ପାଇଁ ରାସ୍ତା ନାହିଁ। ତେଣୁ ଯିବା ଆସିବାରେ ବହୁ ଅସୁବିଧା ହେଉଛି। ତେଣୁ ଆମେ ଓଡ଼ିଶାରେ ମିଶିବାକୁ ଇଚ୍ଛା ପ୍ରକାଶ କରୁଛୁ।”

ଆନ୍ଧ୍ରର କୋଡ଼ମା ପଞ୍ଚାୟତକୁ ଲାଗି କୋରାପୁଟ ନାରାୟଣପାଟଣା ବ୍ଲକର ତଳଗୁମାଣ୍ଡି ପଞ୍ଚାୟତ ରହିଛି। ଆନ୍ଧ୍ରର ଗାଁକୁ ଲାଗି ଯେଉଁ ରାସ୍ତା ତିଆରି ହୋଇଛି, ତାହା ଓଡ଼ିଶା ସରକାର କରିଛନ୍ତି। ସେଠାକାର ଲୋକଙ୍କ ଅନୁରୋଧରେ କିଛି ଦିନ ତଳେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ସେହି ଅଞ୍ଚଳ ଗସ୍ତ କରି ସେମାନଙ୍କ ସହିତ ଆଲୋଚନା କରିଛନ୍ତି। ରାସ୍ତା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପାଙ୍ଗୀ କହିଛନ୍ତି।

କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କହିଛନ୍ତି, “ସେମାନେ ମିଶିବାକୁ ଚାହିଁଲେ ମଧ୍ୟ ଆମେ ମିଶାଇ ପାରିବୁ ନାହିଁ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି। ତାଙ୍କ ସହିତ ଏ ବିଷୟରେ ଆଲୋଚନା କରିବି। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କରିବାକୁ ଅନୁରୋଧ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos