ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୭ ଜିଲ୍ଲାରୁ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚି ଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
COVID-19 REPORT FOR 21st JUNE
New positive Cases: 143
In quarantine: 137
Local contacts: 6(Details of local contacts will be shared by concerned Dist Administration)
District Wise Cases
1. Khordha : 16
2. Nayagarh: 13
3. Balasore: 13
4. Cuttack: 20
5. Jagatsinghpur: 1— I & PR Department, Odisha (@IPR_Odisha) June 22, 2020
6. Angul: 1
7. Dhenkanal: 3
8. Bhadrak: 4
9. Kalahandi: 6
10. Keonjhar: 2
11. Ganjam: 32
12. Sundargarh: 12
13. Kendrapada: 10
14. Jharsuguda: 1
15. Bargarh: 1
16. Bolangir: 1
17. Sambalpur: 5
18.NDRF Personnel: 2
(Returned from Amphan duty WB)— I & PR Department, Odisha (@IPR_Odisha) June 22, 2020
New recoveries: 186
Cumulative tested: 227860
Positive: 5303
Recovered: 3720
Active Cases: 1562— I & PR Department, Odisha (@IPR_Odisha) June 22, 2020
ନୂତନ ଭାବେ ଚିହ୍ନଟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ଆଉ ୬ଟି ହେଉଛି ଲୋକାଲ କେସ୍। ଏଥିସହ ଅମ୍ଫାନ ମୁକାବିଲା ସାରି ପଶ୍ଚିମବଙ୍ଗରୁ ଫେରିଥିବା ୨ ଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
ଗଞ୍ଜାମରୁ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦ ଖୋର୍ଦ୍ଧାରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ଓ ବାଲେଶ୍ୱର ୧୩ ଜଣ ଲେଖାଏ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ୧୨, କେନ୍ଦ୍ରାପଡ଼ା ୧୦, ସମ୍ବଲପୁରରୁ ୫, କଳାହାଣ୍ଡି ୬, ଭଦ୍ରକ ୪, ଢେଙ୍କାନାଳ ୩, କେନ୍ଦୁଝର ୨, ଝାରସୁଗୁଡ଼ା, ବରଗଡ଼ରୁ , ଅନୁଗୁଳ, ବଲାଙ୍ଗିର ଓ ଜଗତସିଂହପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ୫୩୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୬୨ ଜଣ ଚିକିତ୍ସାଧୀନ ଅଛନ୍ତି।