ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ୫ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କେସ୍ ନଂ ୧୪୭, ୧୪୮, ୧୪୯, ୧୫୦ ଓ ୧୫୨ଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି। କେସ୍ ନଂ ୧୪୭ ଓ ୧୪୮ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ଲେଖିରିଆ ଗାଁର। ଉଭୟେ ତାମିଲନାଡୁରୁ ଫେରି ଆକ୍ରାନ୍ତ ହୋଇଥିଲେ। କେସ୍ ନଂ ୧୪୯, ୧୫୦ ଓ ୧୫୨ ଯାଜପୁର ଜିଲ୍ଲାର। ସେମାନଙ୍କର କୋଲକାତା ଲିଙ୍କ୍ ରହିଛି।
ଏସମସ୍ତଙ୍କ ମଧ୍ୟରୁ ବଲାଙ୍ଗିରର ୧୪୭ ନଂ ଆକ୍ରାନ୍ତ ସଂପର୍କରେ ଆସିଛି ଚିନ୍ତାଜନକ ତଥ୍ୟ। ସେ ୧୬-୧୭ ମାର୍ଚ୍ଚରେ ଟ୍ରେନ୍ରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ। ମାର୍ଚ୍ଚ ୧୭ରେ ଷ୍ଟେସନ୍ରୁ ଅନ୍ୟ ୪ ଜଣଙ୍କ ସହ ଗାଡ଼ିରେ ଘରକୁ ଯାଇଥିଲେ। ମାର୍ଚ୍ଚ ୧୮ରୁ ଏପ୍ରିଲ ୫ ତାରିଖ ଯାଏ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ଏପ୍ରିଲ୍ ୬ରୁ ୩୦ ପର୍ଯ୍ୟନ୍ତ ଗାଁରେ ରହିବା ସମୟରେ ସାଙ୍ଗମାନଙ୍କ ସହିତ ବହୁ ଥର କ୍ରିକେଟ୍ ଖେଳିଥିଲେ। କେବଳ ସେତିକି ନୁହେଁ, ଗାଁରେ ରହିବା ଭିତରେ ସଲେଇପାଲିର ଏକ ସେଲୁନ୍ରେ ଚୁଟି କାଟିଥିଲେ।